ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଲାଲ୍ ରଙ୍ଗର କାର୍ର ସଂପୃକ୍ତିକୁ ନେଇ ଆସିଲା ବଡ଼ ତଥ୍ୟ । ଏହାପରେ ଏହି ଲାଲ୍ ରଙ୍ଗର କାର୍କୁ ଖୋଜିବାକୁ ଆରମ୍ଭ କରିଛନ୍ତି ଦିଲ୍ଲି , ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍ । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆଇ-୨୦ କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧର ଆଇ-୨୦ ସହ ଲାଲ୍ ରଙ୍ଗର ଇକୋସ୍ପୋର୍ଟ ଥିବା ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ଦିଲ୍ଳୀ ପୁଲିସ୍ର ୫ଟି ଦଳକୁ କାର୍ ଖୋଜିବା ପାଇଁ ଦାୟୀତ୍ଵ ଦିଆଯାଇଛି । ଦିଲ୍ଳୀର ସବୁ ଥାନା ଓ ଫାଣ୍ଡି ପକ୍ଷରୁ କାର୍ଟିକୁ ଖେଜା ଚାଲିଛି । ଦିଲ୍ଳୀ ସହ ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍କୁ ମଧ୍ୟ ହାଇ ଆଲର୍ଟ କରାଯାଇଛି ।



