www.samajalive.in
Wednesday, December 10, 2025
16.1 C
Bhubaneswar

ବିହାରରେ ୬୭.୧୪% ମତଦାନ, ୨୭ ବର୍ଷର ରେକର୍ଡ ଭାଙ୍ଗିଲା

ସମାଜଲାଇଭ ଡେସ୍କ: ବିହାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪%ରେ ପହଞ୍ଚିଛି। ଏହା ସହିତ ୨୭ ବର୍ଷର ରେକର୍ଡ ଭଙ୍ଗ ହୋଇଛି। ଚଳିତ ନିର୍ବାଚନରେ ମତଦାନ ପୂର୍ବ ନିର୍ବାଚନଗୁଡ଼ିକର ରେକର୍ଡ ଭାଙ୍ଗିଛି। କାରଣ ପୂର୍ବ ନିର୍ବାଚନଗୁଡ଼ିକ ମଧ୍ୟରୁ ୧୯୯୮ରେ ସର୍ବାଧିକ ୬୪.୬% ମତଦାନ ହୋଇଥିଲା। ୨୦୦୦ ମସିହାରେ ୬୨.୫୭% ମତଦାନ ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ୬୫%ରୁ ଅଧିକ ମତଦାନ ହୋଇଥିବାବେଳେ ୨ୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ମଧ୍ୟରେ ୬୭.୧୪% ମତଦାନ ହୋଇଛି। ଯାହାଫଳରେ ମୋଟ ମତଦାନ ହାର ୬୫% ପ୍ରତିଶତ ଅତିକ୍ରମ କରିଛି। ତେଣୁ ଚଳିତ ନିର୍ବାଚନରେ ମତଦାନ ହାର ସବୁ ରେକର୍ଡ ଭାଙ୍ଗିଛି ବୋଲି ଅନୁମାନ କୁହାଯାଉଛି।

ଚୂଡ଼ାନ୍ତ ପର୍ଯ୍ୟାୟରେ ୩ କୋଟି ୭୦ ଲକ୍ଷରୁ ଅଧିକ ମତଦାତାଙ୍କ ନାମ ଭୋଟର ସୂଚୀରେ ରହିଛି। ଏହି ପର୍ଯ୍ୟାୟରେ ୧୨୨ ଆସନରେ ୧୩୦୨ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories