www.samajalive.in
Monday, December 8, 2025
27.1 C
Bhubaneswar

ଏମିତି ଥିଲା ୨୦୨୦ ବିହାର ନିର୍ବାଚନ ଏକଜିଟ୍ ପୋଲ୍ ଓ ଫଳାଫଳ

ପାଟଣା: ବିହାର ବିଧାନସଭାର ନିର୍ବାଚନରେ ୨୦୨୫ରେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବ। ଏହା ପରେ ତୁରନ୍ତ ସର୍ଭେ ଏଜେନ୍ସିଙ୍କ ଦ୍ବାରା ଏକ୍ସିଟ୍ ପୋଲ୍ ଜାରି କରାଯିବ। ତେବେ ଆସନ୍ତୁ ନଜର ପକାଇବା ୨୦୨୦ର ଏକଜିଟ୍ ପୋଲ୍ ଉପରେ। ସେବେର ସର୍ଭେ କ’ଣ କହୁଥିଲା ଏବଂ ବାସ୍ତବ ଫଳାଫଳ କ’ଣ ରହିଥିଲା ଆସନ୍ତୁ ଜାଣିବା…

ବିହାର ନିର୍ବାଚନ ୨୦୨୦ରେ ଟୁଡେସ ଚାଣକ୍ୟ ଏକଜିଟ୍ ପୋଲ୍ ଜାରି କରିଥିଲା। ଏଥିରେ ଏଜେନ୍ସି ମହାମେଣ୍ଟକୁ ୧୮୦(+-୧୧ ସିଟ୍) ଜିତିବାର ଅନୁମାନ କରିଥିଲା। ଅନ୍ୟ ଦଳକୁ ୮ ସିଟ୍(+-ସିଟ୍) ମିଳିବା ନେଇ ଅନୁମାନ କରାଯାଇଥିଲା। ଟୁଡେଜ୍ ଚାଣକ୍ୟ ଏନଡିଏକୁ ୩୪ ପ୍ରତିଶତ ଓ ମହାମେଣ୍ଟକୁ ୪୪ ପ୍ରତିଶତ ଓ ଅନ୍ୟଦଳକୁ ୨୨ ପ୍ରତିଶତ ଭୋଟ୍ ମିଳିବା ନେଇ ଆକଳନ କରିଥିଲା।

- Advertisement -

ଆକ୍ସିସ୍ ମାଇଁ ଇଣ୍ଡିଆ ଓ ଇଣ୍ଡିଆ ଟୁଡେର ଏଗଜିଟ୍ ପୋଲ୍(୨୦୨୦)

ଆକ୍ସିସ୍ ମାଇଁ ଇଣ୍ଡିଆ ଓ ଇଣ୍ଡିଆ ଟୁଡେ ନିଜ ନିଜ ଏକଜିଟ୍ ପୋଲରେ ମହାମେଣ୍ଟକୁ ୧୩୯ରୁ ୧୬୧ ସିଟ୍ ମିଳିବା ନେଇ ଆକଳନ କରିଥିଲେ। ଏନଡିଏକୁ ୬୯ରୁ ୯୧ ସିଟ୍ ମିଳିବା ଅନୁମାନ କରାଯାଇଥିଲା। ଭୋଟ୍ ମାମଲାରେ ମହାମେଣ୍ଟକୁ ୪୪ ପ୍ରତିଶତ ଓ ଏନଡିଏକୁ ୩୯ ପ୍ରତିଶତ ଓ (ଲୋକ ଜନଶକ୍ତି ପାର୍ଟି)ଏଲଜେପିକୁ ୭ ପ୍ରତିଶତ ଓ ଅନ୍ୟମାନଙ୍କୁ ୧୨ ପ୍ରତିଶତ ଭୋଟ୍ ମିଳିବା ଅନୁମାନ କରାଯାଇଥିଲା।

ଏବିପି ନ୍ୟୁଜ୍ ମଧ୍ୟ ୨୦୨୦ ବିହାର ନିର୍ବାଚନ ନେଇ ଏକଜିଟ୍ ପୋଲ୍ ଜାରି କରିଥିଲା ଯେଉଁଥିରେ ମହାମେଣ୍ଟକୁ ୧୦୮ରୁ ୧୩୧ ସିଟ୍ , ଏନଡିଏକୁ ୧୦୪ ରୁ ୧୨୮ ସିଟ୍, ଏଲଜେପିକୁ ଗୋଟିଏରୁ ୩ଟି ସିଟ୍ ଏବଂ ଅନ୍ୟମାନଙ୍କୁ ୪ରୁ ୮ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଭୋଟ୍ ସେୟାର ମାମଲାରେ ଏନଡିଏକୁ ୩୭.୭ ପ୍ରତିଶତ ଏବଂ ମହାମେଣ୍ଟକୁ ୩୬.୨ ପ୍ରତିଶତ ଓ ଏଲଜେପିକୁ ୮ ପ୍ରତିଶତ ଭୋଟ୍ ମିଳିବା ନେଇ ଅନୁମାନ କରାଯାଇଥିଲା।

ତେବେ ପ୍ରକୃତ ଫଳାଫଳ ରହିଥିଲା ଏମିତି

ବିହାର ବିଧାନସଭା ନିର୍ବାଚନ ୨୦୨୦ରେ ୧୦ ନଭେମ୍ବରରେ ଭୋଟ୍ ଗଣତି ପରେ ସନ୍ଧ୍ୟା ସୁଦ୍ଧା ସମସ୍ତ ଏଗଜିଟ୍ ଭୋଟ୍ ଭୁଲ୍ ସାବ୍ୟସ୍ତ ହୋଇଥିଲା। ବିଜେପି ଓ ଜେଡିୟୁର ମେଣ୍ଟ ଏନଡିଏକୁ ୧୨୫ ସିଟ୍ ମିଳିଥିଲା। ଯେଉଁଥିରେ ବିଜେପି-୭୪, ଜେଡିୟୁ-୪୩, ଏଚଏଏମ୍-୪ ଓ ଭିଆଇପି-୪ ସିଟ୍ ମିଳିଥିଲା। ମହାମେଣ୍ଟକୁ ୧୧୦ ସିଟ୍ ମିଳିଥିଲା ଯେଉଁଥିରେ ଆରଜେଡି-୭୫, କଂଗ୍ରେସ-୧୯, ସିପିଆଇ ଏମଏଲ୍-୧୨, ସିପିଆଇ-୨, ସିପିଏମ୍-୨ ସିଟ୍ ମିଳିଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିକୁ ୧୯.୪୬ ପ୍ରତିଶତ ଭୋଟ୍ ମିଳିଥିଲା ଯଦିଏ ୨୦୧୫ରେ ଏହାର ଭୋଟ୍ ସେୟାର ୨୪.୪୨ ପ୍ରତିଶତ ଥିଲା। ଆରଜେଡି ୨୦୨୦ରେ ୨୩.୧୧ ପ୍ରତିଶତ ଓ ୨୦୧୫ରେ ୧୮.୩୫ ପ୍ରତିଶତ ଭୋଟ୍ ହାସଲ କରିଥିଲା ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories