www.samajalive.in
Saturday, December 6, 2025
26.1 C
Bhubaneswar

ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , କାହାକୁ ଛଡାଯିବନି : ମୋଦୀ

ନୂଆଦିଲ୍ଲୀ :ଭୁଟାନରେ ଦିଲ୍ଲୀ ବିସ୍ଫୋରଣକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ଯେଉଁମାନେ ଦାୟୀ ସେମାନଙ୍କୁ ଛଡାଯିବନି। ଆଜି ମୁଁ ଦୁଃଖ ମନରେ ଏଠାକୁ ଆସିଛି। ଷଡଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଛଡାଯିବନି। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ପୀଡିତ ପରିବାରର ଦୁଃଖ ମୁଁ ବୁଝିପାରୁଛି, ପୁରା ଦେଶ ସେମାନଙ୍କ ସହ ଅଛି। ସାରା ରାତି ଅଧିକାରୀ ଓ ବିଭିନ୍ନ ଏଜେନ୍ସୀ ସହ ଯୋଗାଯୋଗରେ ଥିଲି। ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , କାହାକୁ ଛଡାଯିବନି।

ସେପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପୁଲିସ୍‌ ମାମଲା ରୁଜୁ କରିଛି । ଗତକାଲି ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ସରକାରୀ ତଥ୍ୟ ଅନୁଯାୟୀ ୯ ଜଣଙ୍କର ଜୀବନ ଯାଇଥିଲା । ଆଜି ଘଟଣାକୁ ନେଇ ଦିଲ୍ଲୀ ପୁଲିସ UAPA ଏବଂ ବିସ୍ଫୋରକ ଆଇନ ଅନୁଯାୟୀ ଏତଲା ପଞ୍ଜିକୃତ କରିଛି । ବିସ୍ଫୋରଣ ପରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ସତର୍କତା ଜାରି ହେବା ସହ ପୁଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲରେ କଡ଼ା ସତର୍କତା ଅବଲମ୍ବନ ସହିତ ଦିଲୀକୁ ହାଇ ଆଲର୍ଟରେ ରଖାଯାଇଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories