www.samajalive.in
Friday, December 5, 2025
26.1 C
Bhubaneswar

ବାଲିଯାତ୍ରାରେ କଲବଲ

କଟକ: କାହା ମୁହଁରେ ମାସ୍କ ତ ଆଉ କିଏ ରୁମାଲ ଭିଡ଼ିଛି। ଛୋଟ ପିଲାମାନଙ୍କୁ ମା’ ମାନେ ଓଢ଼ଣି ନହେଲେ ଶାଢ଼ି କାନିରେ ଘୋଡ଼ାଇ ବାଲିଯାତ୍ରା ବୁଲୁଛନ୍ତି। ଚାରିଆଡ଼େ ଧୂଳିର ଆସ୍ତରଣ। ଯାତ୍ରା ବୁଲି ସାରିବା ପରେ ପୋଷାକର ରଙ୍ଗ ସମ୍ପୂର୍ଣ୍ଣ ବଦଳି ଯାଉଛି। ଏଭଳି ସ୍ଥିତି କଟକ ବାଲିଯାତ୍ରାର।

ମୋରମ ଧୂଳି ଏଭଳି ଉଡ଼ୁଛି ଯେ ପ୍ରଶାସନର ଦୁର୍ବଳତାକୁ ପଦାରେ ପକାଇଛି। ୫ କୋଟିରୁ ଅଧିକ ଖର୍ଚ୍ଚ କରାଯାଇ ତଳ ବାଲିଯାତ୍ରା ପଡ଼ିଆରେ ମୋରମ ପଡ଼ିଲା। ଧୂଳି ଯେପରି ନ ଉଡ଼ିବ ସେଥିପାଇଁ ଦୈନିକ ରସାୟନ (କେମିକାଲ) ମିଶ୍ରିତ ପାଣି ସିଞ୍ଚନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ବ୍ୟୟ ଅଟକଳ ବି କରାଯାଇଛି। ଯାତ୍ରା ଆରମ୍ଭର ତିନିଦିନ ନବିତୁଣୁ ଅବସ୍ଥା ବେହାଲ ହୋଇଗଲାଣି। ପାଣି ପଡ଼ୁଥିଲେ ବି ସେଥିରେ କେମିକାଲ ନାହିଁ। ପାଣି ପଡ଼ିଲେ କାଦୁଅ ହେଉଛି, ଶୁଖିଗଲେ ପୁଣି ଧୂଳି ଉଡ଼ୁଛି। ଯିଏ ବି ବାଲିଯାତ୍ରା ବୁଲୁଛି, ପର ଦିନ ନାକ ବନ୍ଦ ସାଙ୍ଗକୁ ଖୁଁଖାଁ ହେଉଛନ୍ତି।

- Advertisement -

ବାଲିଯାତ୍ରାକୁ ଧୂଳିମୁକ୍ତ ବା ‘ଡଷ୍ଟ୍‌ ଫ୍ରି’ କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁଇମାସ ଆଗରୁ ମୋରମ ପଡ଼ିବା ଆରମ୍ଭ ହୋଇଥିଲା; ଏଥିପାଇଁ ଠିକାଦାର ମନୋନୟନ କରାଯାଇ କାମ ଦିଆଯାଇଥିଲା। ମୋରମର ମାନ ନିମ୍ନମାନର ହେବା ସାଙ୍ଗକୁ କେମିକାଲ୍‌ ସ୍ପ୍ରେ’ କରାନଯିବା ଯୋଗୁଁ ଏଥର ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଯେଉଁ ଅବ୍ୟବସ୍ଥା ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଥିଲା। ତଳ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ବେଳେ ସ୍ଥାନୀୟ ଅଞ୍ଚଳରେ ଧୂଳିର ଝଡ଼ ସୃଷ୍ଟି ହୋଇଥିଲା। ତେବେ ଏହି ମୋରମ ବିଛାଇବା କାର୍ଯ୍ୟ ଖୋଦ୍‌ ଜିଲାପାଳଙ୍କ ତତ୍ତ୍ବାବଧାନରେ େହାଇଥିଲା। ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ସତ୍ତ୍ବେ ପୂର୍ତ୍ତ ବିଭାଗ ଦ୍ବାରା ପକାଯାଇଥିବା ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋରମ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ରାସ୍ତାର ସ୍ଥିତି ଦେଖି ମୋରମର ମାନକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଏଥିରେ ସାମାନ୍ୟ ପାଣି ପଡ଼ିଲେ କାଦୁଅ ହୋଇଯାଉଛି। ସେହିପରି ପାଣି ଶୁଖିଲେ ମୋରମ ଗୁଣ୍ଡ ଉଡ଼ି ଲୋକଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ଅନ୍ୟପକ୍ଷରେ ପଡ଼ିଆରେ ଧୂଳି ନ ଉଡ଼ିବାକୁ କେମିକାଲ ସ୍ପ୍ରେ କରାଯିବା ପାଇଁ ଟେଣ୍ଡର କରାଯାଇଛି। ଦିନକୁ ହାରାହାରି ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେମିକାଲ ସ୍ପ୍ରେ ଆଦୌ କାମ ଦେଉନଥିବା ଜଣାପଡ଼ିଛି। ବାଲିଯାତ୍ରା ଆହୁରି ୫ ଦିନ ବାକି ଥିବାବେଳେ ସ୍ଥିତି କଣ ହେବ ବୋଲି ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ବାଲିଯାତ୍ରା ପଡିଆରେ ଧୂଳି ନ ଉଡ଼ିବା ପାଇଁ ରସାୟନଯୁକ୍ତ ଜଳ ସିଞ୍ଚନ ବ୍ୟବସ୍ଥା ସିଏମସି ଦ୍ବାରା ସମ୍ପାଦିତ େହାଇଥାଏ। ଚଳିତ ବର୍ଷ ଏହି କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି। ଏଥିପାଇଁ େଟଣ୍ଡର ଆହ୍ବାନ କରାଯାଇ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଧୂଳି ନିୟନ୍ତ୍ରଣ ତଥା ଜଳ ସିଞ୍ଚନ ଦାୟିତ୍ବ ଦିଆଯାଇଥିଲା। ଅଭିଜ୍ଞତା ନ ଥିବା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିବାରୁ ଏପରି ଘଟିଲା େବାଲି ଆଲୋଚନା େହଉଛି। ଅଭିଜ୍ଞତା ଥିବା ଅନେକ ସଂସ୍ଥାକୁ ଚଳିତଥର ଜିଲା ପ୍ରଶାସନ ବାଦ େଦଇ ନୂଆ ସଂସ୍ଥାକୁ ଦାୟିତ୍ବ େଦଇଛି। ଏହା ପଛରେ ବଡ଼ ଧରଣର କେଳେଙ୍କାରୀ େହାଇଥିବା ଏବଂ ଏହାର ତଦନ୍ତ କରିବାକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories