www.samajalive.in
Friday, December 5, 2025
23.1 C
Bhubaneswar

ରାଜରାସ୍ତାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ୍: ବ୍ୟବସାୟୀଙ୍କଠୁ ଲୁଟି ନେଲେ ୫ ଲକ୍ଷ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ନିକଟରେ ଜଣେ ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି। କିଛି ମୁଖା ପିନ୍ଧା ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଜଣକ କୋଟପାଡ ଅଞ୍ଚଳର ଦେବାଶିଷ ପଟ୍ଟନାୟକ ବୋଲି ଜଣାପଡିଛି। ଦେବାଶିଷ ବାହାରେ କୌଣସି କାମ ସାରି ଘରକୁ ଫେରୁଥିବାବେଳେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ତାଙ୍କ ଗାଡିକୁ ଅଟକାଇଥିଲେ।
ହେଲେ ସେ ଗାଡିର ଡୋର୍ ନଖୋଲିବାରୁ କାର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ। ଏବଂ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ସୋସିଆଲ ମିଡିଆରେ ଲୁଟ୍ ବେଳର ଭିଜୁଆଲ ମଧ୍ୟ କଏଦ ହୋଇଛି। ବାରମ୍ବାର ଏହି ସ୍ଥାନରେ ଏଭଳି ଘଟଣାମାନ ଘଟୁଛି। ହେଲେ ପୁଲିସ୍ ଏ ନେଇ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଖବର ଦେବା ପରେ ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories