www.samajalive.in
Friday, December 5, 2025
23.1 C
Bhubaneswar

ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା: ଦର୍ଶନ ପାଇଁ ଅସମ୍ଭାଳ ଭିଡ

ଆଠଗଡ: ଚାଲିଛି ପବିତ୍ର କାର୍ତ୍ତିକ ମାସ। ଆଜି ପଞ୍ଚୁକର ତୃତୀୟ ଦିନ ସହ ବାବା ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା । ଏଥିଲାଗି ରାତି ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ବଡ ଓଷା ଉପଲକ୍ଷେ ଆଜି ସକାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ବଡ ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା।
ସେପଟେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩ ଆଡ଼ିସିଓନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ୩୨ ଟି ସିସି କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories