www.samajalive.in
Monday, December 8, 2025
24.1 C
Bhubaneswar

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ କାନପୁର ଦେଲା ସର୍ବୋଚ୍ଚ ସମ୍ମାନ

ସମାଜ ନ୍ୟୁଜ ଡେସ୍କ:- ଭାରତୀୟ ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ପ୍ରଶାସନିକ ଦକ୍ଷତା, ଦେଶ ଓ ଗଣତନ୍ତ୍ରକୁ ସୁଦୃଢ କରିବାର ଅବିସ୍ମରଣୀୟ ଅବଦାନ ପାଇଁ  ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA) ସମ୍ମାନରେ ସମ୍ମାନିତ କରାଯାଇଛି।

୧୯୮୯ ରୁ ଆରମ୍ଭ ହୋଇଥିବା Distinguished Alumni Award (DAA) ହେଉଛି ଆଇଆଇଟି କାନପୁରର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବିଶେଷ କାର୍ଯ୍ୟ ଏବଂ ସଂସ୍ଥା ଓ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଉଥିବା ଏହା ହେଉଛି ସର୍ବୋଚ୍ଚ ସମ୍ମାନ । ପ୍ରତିବର୍ଷ ସଂସ୍ଥା ତାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଅନନ୍ୟ ସେବା ଓ ସାଧନାକୁ ସ୍ମରଣ କରି ଏହି ସମ୍ମାନ ପ୍ରଦାନ କରିଥାଏ ।

- Advertisement -

ଶ୍ରୀ ଜ୍ଞାନେଶ କୁମାର ୧୯୮୫ ମସିହାରେ ଆଇଆଇଟି କାନପୁର ଭଳି ଲବ୍ଧ ପ୍ରତିଷ୍ଠିତ ଅନୁଷ୍ଠାନରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କୃତିତ୍ୱର ସହ ପାସ କରିଥିଲେ । ସଂସ୍ଥାର ୬୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସମାରୋହରେ ତାଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ପ୍ରଦାନ କରାଯାଇଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories