ପାତ୍ରପୁର:, ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତର ଗୁଡ଼ିପଦର ଗ୍ରାମରେ ଆଜି ଶୋକ ର ଛାୟା ଛାଇଗଲା । ଗ୍ରାମର ଆର ଦିଲେଶ ଙ୍କ ଏକମାତ୍ର ଝିଅ ଆର ରୂପା (୨୧) ଙ୍କ ମୃତ୍ୟୁ ସଂବାଦ ଶୁଣି ନିଜ ପରିବାର ବନ୍ଧୁ ଅନ୍ଧାବ ପହଞ୍ଚିବା ପରେ ଆଜି ଭୋର୍ ସମୟରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।
ଗତକାଲି ଏକାଦଶୀ ତିଥିରେ ରୂପା ତାଙ୍କ ସାଙ୍ଗମାନଙ୍କ ସହ ଆନ୍ଧ୍ର ପ୍ରଦେଶର ପଲାସା ନିକଟରେ ଥିବା କାଶୀବୁଗା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ମଧ୍ୟରେ ଦଳା ଚକଟା ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ଘଟିଥିଲା।

ସନ୍ଧ୍ୟାବେଳେ ମୃତଦେହ ଗ୍ରାମକୁ ଆସିବା ସହ ସହିତ ଆର୍ତ୍ତନାଦରେ ଫାଟି ପଡ଼ିଲା ସମଗ୍ର ଗୁଡ଼ିପଦର।ଆଜି ଶେଷ କୃତ୍ୟ ସମୟରେ ପିତା ଦିଲେଶ ଓ ଗ୍ରାମବାସୀଙ୍କ ଆଖି ଜଳରେ ଭିଜିଗଲା ଶ୍ମଶାନ।
ଗତ ଦୁଇ ବର୍ଷ ପୂର୍ବେ ରୂପାଙ୍କ ମା କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ । ଡ଼ିଲେଶ ଦମ୍ପତିଙ୍କ ବିବାହର କୋଡ଼ିଏ ବର୍ଷ ପରେ ଜନ୍ମ ନେଇଥିଲେ ରୂପା । ପରିବାରର ଏକମାତ୍ର ସନ୍ତାନ ଙ୍କୁ ବଡ କରିବା ନିମନ୍ତେ ବାପା ରୂପକୁ ଆନ୍ଧ୍ରରେ ବିଏସସି ନର୍ସିଂ ପାଠ ପଢ଼ାଇ ଥିଲେ। ମୃତ୍ୟୁ ଅସହ୍ୟ ହେଇପଡ଼ିଛି ପିତା ଓ ଗ୍ରାମବାସୀଙ୍କ ପାଇଁ।



