www.samajalive.in
Monday, December 8, 2025
24.1 C
Bhubaneswar

କୋମନା ଗୁଳିକାଣ୍ଡ: କୋରାପୁଟ ବିଧାୟକଙ୍କ ପିଏସଓ ନିଲମ୍ବିତ

ସମାଜଲାଇଭ ଡେସ୍କ: ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଶନିବାର ଘଟିଥିବା ଏକ ଗୁଳିକାଣ୍ଡ ଘଟଣାରେ କୋରାପୁଟ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ନିଲମ୍ବିତ ହୋଇଛନ୍ତି। କୋରାପୁଟ ଏସପି ପିଏସଓ ଡମ୍ବରୁ ହନ୍ତାଳଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁସାରେ, ଶନିବାର କୋମନାର ଏକ ହୋଟେଲରେ କୌଣସି କଥାକୁ ନେଇ ବଚସା ହୋଇଥିଲେ। ଏଥିରେ ସମ୍ପୃକ୍ତ ଥିବା ପିଏସଓ ହନ୍ତାଳ ଫାଙ୍କା ଗୁଳିଚାଳନା କରିଥିଲେ। ନିର୍ବାଚନୀ ପ୍ରଚାର ଚାଲିଥିବା ସମୟରେ ଏଭଳି ଗୁଳିକାଣ୍ଡକୁ ବିଜେଡି ରାଜନୈତିକ ରୂପ ନେବା ସହିତ ବିଜେପି ନିର୍ବାଚନ ଜିତିବାକୁ ଗୁଳି ଫୁଟାଉଛି ବୋଲି ଅଭିଯୋଗ ମଧ୍ୟ କରିଥିଲା। ଏହି ଘଟଣାରେ କୋରାପୁଟ ଏସପି ପିଏସଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହା ସହିତ ହନ୍ତାଳଙ୍କ ବନ୍ଧୁକ ଜବତ କରାଯାଇଛି। ଜଣେ ଏସଆଇଙ୍କ ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଥିବା ଜଣାପଡ଼ିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories