ଭୁବନେଶ୍ୱର ,୩୦/୧୦/୨୫:ଭାରତୀୟ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସେ ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଲେଖିଛନ୍ତି ଯେ ,ଏହା ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ଏକ ଗୌରବମୟ ଦିନ। ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଏକ ବିଶାଳ ସ୍କୋରକୁ ପିଛା କରି ବିଜେତା ହେବା ,ଏହା ମହିଳା କ୍ରିକେଟ ପାଇଁ ଏକ ବଡ଼ ସଫଳତା । ଏହି ବିଜୟ ପାଇଁ ସେ ,ମହିଳା କ୍ରିକେଟର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହ ,ଏହି ବିଜୟ ପାଇଁ ଶୁଭେଚ୍ଛା ଜଣେଇଛନ୍ତି।
ଆହୁରି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଯେ ,ଟିମର ପ୍ରଦର୍ଶନ ଶ୍ରେଷ୍ଟ ଥିଲା ଓ ଟିମ ସ୍ପିରିଟ ବହୁତ ଭଲ ଥିଲା ,ଯାହା ଭାରତ ବାସୀକୁ ଗର୍ବିତ କରିଛି ।



