www.samajalive.in
Friday, December 5, 2025
23.1 C
Bhubaneswar

ଫାଇନାଲରେ ଭାରତ; ଦ. ଆଫ୍ରିକା ସହ ଟାଇଟଲ୍ ମୁକାବିଲା

ମୁମ୍ବାଇ: ମହିଳା ଦିନିକିଆ ବିଶ୍ଵକପ୍ ଫାଇନାଲରେ ଭାରତ। ସେମିରେ ୭ ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ୫ ଓ୍ଵିକେଟରେ ହରାଇ ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଜେମିମା ରୋଡ୍ରିଗସ ଦମଦାର ଶତକ ଓ ଅଧିନାୟକ ହରମନପ୍ରୀତ କୌର ଅର୍ଦ୍ଧଶତକ ଭାରତକୁ ବିଜୟୀ କରାଇଛି। ଏହା ସହ ଭାରତୀୟ ମହିଳା ଦଳ ତୃତୀୟ ଥର ଦିନିକିଆ ବିଶ୍ଵକପ୍ ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ରନର୍ସଅପ ରହିଥିଲା। ଅନ୍ୟପଟେ ପରାଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇଛି। ନଭେମ୍ବର ୨ରେ ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ ଲିଚଫିଲ୍ଡଙ୍କ ୧୧୯ ରନ, ଏଲିସ ପେରିଙ୍କ ୭୭ ରନ ଓ ଆସଲେଗ ଗାର୍ଡନେରଙ୍କ ୬୩ ରନ ବଳରେ ୩୩୮ ରନ କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ଲକ୍ଷ ହାସଲ କରି ନେଇଥିଲା। ଜେମିମା ରୋଡ୍ରିଗସ ଅପରାଜିତ ୧୨୭ ରନ କରି ଦଳକୁ ଜିତାଇଛନ୍ତି। କୌର ୮୯ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

- Advertisement -

୩୩୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୧୩ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ସେମି ଫାଇନାଲରେ ସୁଯୋଗ ପାଇଥିବା ଶେଫାଳି ବର୍ମା(୧୦ ରନ) ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ଏହା ପରେ ସ୍ମୃତି ମନ୍ଧାନା ୨୪ ରନ କରି ଆଉଟ୍ ହୋଇଥିଲେ। ୫୯ ରନରେ ଦୁଇ ଓପନରଙ୍କୁ ହରାଇଥିଲା ଭାରତ। ଏହା ପରେ ଦଳର ଇନିଂସ ସମ୍ଭାଳିଥିଲେ ଜେମିମା ରୋଡ୍ରିଗଜ ଓ ଅଧିନାୟକ ହରମନପ୍ରୀତ କୌର। ଦୁହେଁ ଦମଦାର ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଓଭର ପିଛା ଆବଶ୍ୟକ ରନ ସଂଗ୍ରହ କରି ଚାଲିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ।

ତେବେ ୨୨୬ ରନ ସ୍କୋରରେ ହରମନପ୍ରୀତ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଭାରତୀୟ ଅଧିନାୟକ ୮୮ ବଲରୁ ୧୦ ଚୌକା ଓ ୨ ଛକା ସହ ୮୯ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ସହ ଜେମିମାଙ୍କ ସହ ୩ୟ ଓ୍ଵିକେଟ୍ ପାଇଁ ୧୬୭ ରନ ଯୋଡ଼ି ଭାରତ ପାଇଁ ବିଜୟର ମୂଳଦୁଆ ପକାଇଥିଲେ।ଏହା ପରେ ରୋଡ୍ରିଗଜ ଓ ଦୀପ୍ତି ଶର୍ମା ସ୍କୋର ଆଗକୁ ବଢାଇଥିଲେ। ତେବେ ଦୀପ୍ତି  ୨୪ ରନ କରି ରନଆଉଟ୍ ହୋଇଥିଲେ। ରୋଡ୍ରିଗଜ ସେମିରେ ଶତକ ହାସଲ କରିଥିଲେ। ଗୋଟିଏ ରୋଡ୍ରିଗଜ ଇନିଂସ ସମ୍ଭାଳିଥିଲେ। ରିଚା ଘୋଷ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୬ ବଲରୁ ୨୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସଭିଙ୍କ ନଜର ରୋଡ୍ରିଗସଙ୍କ ଉପରେ ଥିଲା। ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅପରାଜିତ ୧୨୭ ରନ କରି ଦଳକୁ ଜିତାଇଛନ୍ତି। ଅମନଜିତ କୌର ବିଜୟ ସୂଚକ ଚୌକା ମାରି ୧୫ ରନରେ ଅପରାଜିତ ଥିଲେ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories