www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ବାଚନ ୨୦୧୯: ଶ୍ରମ, ଅର୍ଥ ଏବଂ ଭୂମି କ୍ଷେତ୍ରରେ ଆବଶ୍ୟକ ସଂସ୍କାର

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ରାଜ୍ୟରୁ କେନ୍ଦ୍ର ଯାଏଁ ସବୁ କିଛି ଚଳଚଞ୍ଚଳ ହୋଇ ପଡିଛି। ବିଗତ ଚାରି ବର୍ଷ ମଧ୍ୟରେ ଯେତିକି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି, ସେ ତୁଳନାରେ ଗତ କିଛି ଦିନ ମଧ୍ୟରେ ଅନେକ ଯୋଜନା ଘୋଷଣା ସହ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ବଜେଟ ଆଗତ କରାଯାଇଥିବା ବେଳେ ଏବେ ନିର୍ବାଚନ ପରବର୍ତ୍ତୀ ପଦକ୍ଷେପ କଣ ହେବ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୃଷ୍ଣମୁର୍ତ୍ତୀ ସୁବ୍ରମଣିୟମ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଏବଂ ଵିନିର୍ମାଣ କ୍ଷେତ୍ରର ବିକାଶ ପାଇଁ ନୂଆ ସରକାରଙ୍କୁ ଶ୍ରମ, ଅର୍ଥ ଏବଂ ଭୂମି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ପଡିବ। ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି, ଶ୍ରମ, ଅର୍ଥ ଏବଂ ଭୂମି ଗୁରୁତ୍ୱପୂର୍ଣ କ୍ଷେତ୍ର ଏବଂ ସେହି ସବୁ କ୍ଷେତ୍ରରେ ବିକାଶ ଜରୁରୀ। ବେସରକାରୀ କ୍ଷେତ୍ର ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ, ପୁରାତନ ପ୍ରତିବନ୍ଧିତ ଶ୍ରମିକ ନୀତି ଏବଂ ଉଚ୍ଚ ଋଣ ହାର ପାଇଁ ବହୁ ଉଦ୍ୟୋଗୀ ଭାରତ ବଦଳରେ ଭିଏତନାମ, ଥାଇଲାଣ୍ଡ ଏବଂ ବଙ୍ଗଳାଦେଶରେ ନୂଆ ଉଦ୍ୟୋଗ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରୁଥିବା ସେ କହିଛନ୍ତି। ଗତ ୩ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଵିନିର୍ମାଣ କ୍ଷେତ୍ରରେ ୧.୫ ପ୍ରତିଶତ ବୃଦ୍ଧି ଘଟି ୧୮ ପ୍ରତିଶତରେ ପହଞ୍ଚିଥିବା ବେଳେ ୫ ବର୍ଷ ମଧ୍ୟରେ ରପ୍ତାନି କ୍ଷେତ୍ରର ଅଭିବୃଦ୍ଧି ଆଶା ସଞ୍ଚାର କରିଛି। ୨୦୧୮ର ଶେଷ ୩ମାସରେ ବିକାଶ ଦର ସର୍ବନିମ୍ନ ୬.୬ ପ୍ରତିଶତ ହ୍ରାସ ପାଇଛି ଯାହା ଆଇନ ପ୍ରଣେତା ଓ ରାଜନେତାଙ୍କ ଚିନ୍ତା ବୃଦ୍ଧି କରିଛି। ଆର୍ଥିକ ମାନ୍ଦା ଅବସ୍ଥା ବିଷୟ ଆଲୋଚନା କରି ସୁବ୍ରମଣିୟମ କହିଛନ୍ତି ଯେ ବର୍ତ୍ତମାନ ସରକାର ଗ୍ରହଣ କରିଥିବା ଅର୍ଥନୈତିକ ସଂସ୍କାର ଫଳରେ ଗତ ୫ବର୍ଷ ମଧ୍ୟରେ ବାର୍ଷିକ ବିକାଶ ହାରରେ ୭.୩ ପ୍ରତିଶତ ଯୋଗ ହୋଇପାରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories