ପୁରୀ: ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଯିବା ସମୟରେ ସାତପାହାଚ ନିକଟରେ ବୃଦ୍ଧ ଜଣଙ୍କ ଟଳି ପଡ଼ିବା ସହ ପ୍ରାଣବାୟୁ ଉଡ଼ିଯାଇଥିବା ସୂଚନା ମିଳିଛି। ତେବେ ଡାକ୍ତରଖାନାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଭକ୍ତ ହେଉଛନ୍ତି ନୂଆଦିଲ୍ଲୀର ୭୬ ବର୍ଷୀୟ ମୂଲଚାନ୍ଦ ଗୁପ୍ତା। ସୂଚନା ଅନୁଯାୟୀ ଶ୍ରୀ ଗୁପ୍ତା ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବ୍ୟାରିକେଡ ଦେଇ ଲାଇନରେ ଯାଇଥିଲେ। ଦୀର୍ଘ ସମୟ ଧରି ଲାଇନରେ ଦର୍ଶନ କରିବା ପାଇଁ ସେ ଅପେକ୍ଷା କରି ରହିଥିଲେ। ତେବେ ସାତ ପାହାଚ ନିକଟରେ ଅସୁସ୍ଥ ଅନୁଭବ କରିଥିଲେ। ମୁଣ୍ଡ ବୁଲାଇବାରୁ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି।
Popular Categories



