ଜାକାର୍ତ୍ତା – ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଇଣ୍ଡୋନେସିଆର ସମୁଦ୍ର ଗର୍ଭରେ ପ୍ରାୟ ୧୩୭ କିଲୋମିଟର ଭୂମି ମଧ୍ୟରେ ଏହି ଭୂମିକମ୍ପ ହୋଇଥିବା ଜଣା ପଡିଛି । ଏଥିପାଇଁ ସୁନାମୀର ଆଶଙ୍କା ନାହିଁ ବୋଲି କୁହାଯାଇଛି ।
ଇଣ୍ଡୋନେସିଆ ଭୂମିକମ୍ପ କ୍ଷେତ୍ରରେ ରହୁଥିବାରୁ ପ୍ରାୟ ପ୍ରତ୍ୟେକ ବର୍ଷ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥାଏ ।



