www.samajalive.in
Friday, December 5, 2025
26.1 C
Bhubaneswar

ମୁସ୍ତଫାବାଦ ହେବ ‘କବୀରଧାମ’, ନାମ ପରିବର୍ତ୍ତନ ନେଇ ଯୋଗୀଙ୍କ ଘୋଷଣା

ଲଖିମପୁର ଖୀରୀ, ୨୭ା୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଲଖିମପୁର ଖୀରୀ ଗସ୍ତ କରି ଜିଲାର ମୁସ୍କଫାବାଦ ଗାଁ ନାଁ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ଗ୍ରାମ ନାମ ପରିବର୍ତ୍ତନ ହୋଇ ‘କବୀରଧାମ’ କରିବାକୁ ସେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି। ସନ୍ତ କବୀରଙ୍କ ସହ ଜଡିତ ଏହି ଅଞ୍ଚଳର ଇତିହାସ ଓ ସଂସ୍କୃତିକୁ ରକ୍ଷା କରିବା ସହ ନୂଆ ପରିଚୟ ଦେବା ପାଇଁ ଏହି ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁର ନାଁ ମୁସ୍ତଫାବାଦ ରଖାଯିବା ସମୟରେ ଗ୍ରାମରେ ଗୋଟିଏ ମଧ୍ୟ ମୁସଲିମ୍ ପରିବାର ନଥିଲା। ଜନସଭାରେ ସେ କହିଲେ ଯେ ‘ମୁଁ ଯେବେ ଗାଁର ନାଁ ପଚାରିଲି ସମସ୍ତେ କହିଲେ ମୁସ୍ତଫାବାଦ। ଏହା ପରେ ମୁଁ ପଚାରିଲି ଗାଁରେ କେତେ ମୁସଲିମ୍ ପରିବାର ରୁହନ୍ତି। ଉତ୍ତର ମିଳିଲା ଗୋଟିଏ ବି ନାହିଁ। ଏହା ପରେ ମୁଁ ଭାବିଲି ଗାଁର ନାଁ ବଦଳାଇଦେବା ଉଚିତ୍।’ ଯୋଗୀ କହିଛନ୍ତି ଯେ ସେ ସରକାରଙ୍କ ନାଁ ବଦଳାଇବା ପାଇଁ ପ୍ରସ୍ତାବ ରଖିବେ ଏବଂ ଆବଶ୍ୟକ ପଦକ୍ଷେପ ଉଠାଇବେ। ଏହା ସହ ସେ ସଭାରେ କହିଛନ୍ତି ଯେ ପ୍ରତି ତୀର୍ଥସ୍ଥଳ ସୁନ୍ଦର ହେବା ଉଚିତ୍। ଭକ୍ତଙ୍କ ପାଇଁ ରେଷ୍ଟ୍ ହାଉସ ଓ ସେଲ୍ଟର ଭଳି ସୁବିଧା ହେବା ଉଚିତ୍।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories