www.samajalive.in
Thursday, December 11, 2025
16.1 C
Bhubaneswar

ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ; ଭାରତର ପଦକ୍ଷେପକୁ ବିରୋଧ କରି ନ ପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ବି​‌ରୋଧରେ ଭାରତ ପକ୍ଷରୁ ବିଶ୍ଵସ୍ତରରେ ପକାଯାଉଥିବା ଚାପର ପ୍ରଭାବ ପଡ଼ିଛି। ଭାରତ ସହ ଲାଗିରହିଥିବା ଉତ୍ତେଜନାକୁ ହ୍ରାସ କରିବା ଲାଗି ପାକ୍‌ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ମାସୁଦ ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଯଦି ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଅଣାଯିବ ତାହାକୁ ପାକିସ୍ତାନ ବିରୋଧ କରିବ ନାହିଁ ବୋଲି ଇମ୍ରାନ ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇକୁ ଏକ ସୂତ୍ରରୁ ସୂଚନା ମିଳିଛି।

ପିଟିଆଇ ସୂତ୍ର ଅନୁସାରେ ପାକିସ୍ତାନରେ ଜୈଶ ବିରୋଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବା ପରେ ଏହା ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ‘ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ଦିଗରେ ପାକିସ୍ତାନ ଆଉ ବିରୋଧ କରିବ କି ?’ ବୋଲି ଏକ ପ୍ରଶ୍ନରେ ପାକିସ୍ତାନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଉତ୍ତର ଦେଇଛନ୍ତି ଯେ, ଦେଶକୁ ଏବେ ନିଷ୍ପତ୍ତି ନେବାକୁ ହେବ ଯେ ଜଣେ ବ୍ୟକ୍ତି ଗୁରୁତ୍ଵପୂର୍ଣ୍ଣ ନା ରାଷ୍ଟ୍ରର ହିତ ଗୁରୁତ୍ଵପୂର୍ଣ୍ଣ।

- Advertisement -

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୭ରେ ଆମେରିକା, ଫ୍ରାନ୍ସ, ବ୍ରିଟେନ ପକ୍ଷରୁ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଚୀନ ଏହି ମାମଲରେ ବର୍ତ୍ତମାନ ସୁଦ୍ଧା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଯଦି ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରାଯାଏ, ତେବେ ବିଶ୍ଵର କୌଣସି ସ୍ଥାନକୁ ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବା ସହ ସମସ୍ତ ସମ୍ପତ୍ତିକୁ ଫ୍ରିଜ କରିଦିଆଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories