www.samajalive.in
Saturday, December 6, 2025
26.1 C
Bhubaneswar

୨ ମହିଳା ଶ୍ରମିକ ମୃତ, ୮ ଆହତ

ବୌଦ୍ଧ ଓ କନ୍ଧମାଳ ଜିଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଏକ ହାଇୱା ଓ ପିକ୍‌ଅପ୍‌ ମଧ୍ୟରେ ବୁଧବାର ରାତି ୮ଟା ୪୦ରେ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୮ଜଣ ଗୁରୁତର ରହିଥିବା ବେଳେ ସେମାନଙ୍କୁ ପ୍ରାଥମିକ ଭାବେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ବୁଧବାର ରାତି କନ୍ଧମାଳ-କଣ୍ଟାମାଳ ପୂର୍ତ୍ତ ରାସ୍ତାରେ ଫୁଲବାଣୀ ଅଞ୍ଚଳରୁ ଏକ ହାଇୱା କଣ୍ଟାମାଳ ଅଭିମୁଖେ ଆସୁଥିଲା । ସେହିପରି କଣ୍ଟାମାଳରୁ କିଛି ଶ୍ରମିକଙ୍କୁ ନେଇ ଏକ ପିକ୍‌ଅପ୍‌ କିଛି ଶ୍ରମିକଙ୍କୁ ନେଇ ଏକ ନିର୍ମାଣ କାର୍ଯ୍ୟସ୍ଥଳକୁ ଯାଉଥିଲା । କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ବରଗାଁ ପଞ୍ଚାୟତ ଲୋଇସିଙ୍ଗ ଶଗଡ଼ିଆ ଯୋର୍‌ ନିକଟରେ ଉଭୟ ପଟରୁ ଆସୁଥିବା ହାଇୱା ଓ ପିକ୍‌ଅପ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ ହାଇୱା ଚାପରେ ପିକ୍‌ଅପ୍‌ ରହି ଯାଇଥିଲା । ସେଠାରୁ ପୁରୁ‌ଷ ଓ ମହିଳାଙ୍କ କାନ୍ଦବୋବାଳି ଓ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କଣ୍ଟାମାଳ ଅଗ୍ନିଶମ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରାଥମିକ ତଥ୍ୟ ଅନୁସାରେ, ସମ୍ବଲପୁର ଜିଲା କୁଚିଣ୍ଡା ଅଞ୍ଚଳର ମହିଳା ଓ ପୁରୁ‌ଷ ଶ୍ରମିକମାନେ ରାମଚଣ୍ଡି କନଷ୍ଟ୍ରକ୍ସନ୍‌ରେ କାମ କରିବା ପାଇଁ ଆସିଥିଲେ । ସନ୍ଧ୍ୟାରେ କଣ୍ଟାମାଳରେ ପହଞ୍ଚିବା ପରେ ଜୟ ମା’ ରାମଚଣ୍ଡି ପିକ୍‌ଅପ୍‌ରେ ୬ଜଣ ପୁରୁଷ ଓ ମହିଳା, ୨ଜଣ ସ୍ଥାନୀୟ ଲୋକଙ୍କୁ ନେଇ ଚାଳକ କାର୍ଯ୍ୟ ସ୍ଥଳକୁ ଯାଉଥିଲେ । ଶଗଡ଼ିଆ ପୋଲ ନିକଟରେ ହାଇୱା ଧକ୍କା ଦେବାରୁ ସେମାନେ ଚାପି ହୋଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ୮ଜଣଙ୍କୁ ଅଗ୍ନିଶମ ବାହିନୀ, ନିକଟସ୍ଥ ବିଏସ୍ଏଫ୍‌ କ୍ୟାମ୍ପର ଯବାନମାନେ ଉଦ୍ଧାର କରି କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ପିକ୍‌ଅପ୍‌ ଚାଳକ ବୌଦ୍ଧର ଲିକୁନ ସାହୁ(୨୬)ଙ୍କ ଅବସ୍ଥା ମଧ୍ୟ ଉଦ୍‌ବେଗଜନକ ରହିଛି । ତାଙ୍କୁ ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁର ଗୌଡ଼ଗଡ଼ ଗାଁର ସୁଶାନ୍ତ ଘିଭେଲା(୩୧), ଫାରୁଲ ଗାଁର ହରିତ ଛତ୍ରିଆ(୨୧), କରଞ୍ଜମାଲ ଗାଁର ଦେବକୀ କିଷାନ(୨୪), ଲିଜା ଶବର(୧୯), ଭୋଜପୁର ଗାଁର ବିପ୍ର କରଲିଆ(୩୦), ସୁନୀତା ପ୍ରଧାନ(୨୬), ଲିପିପାଲି ଗାଁର ମହେନ୍ଦ୍ର ଧରୁଆ(୧୭), ଜମନକିରା ଗାଁର ବନିତା ଛତ୍ରିଆ(୨୨) ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ଚାଲିଥିବା ବେଳେ ଗୁରୁତରଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା, ବଲାଙ୍ଗିର ସ୍ଥାନାନ୍ତର ଉଦ୍ୟମ ହେଉଥିବା ଜଣାପଡ଼ିଛି । ସେହିପରି ସମ୍ବଲପୁର ଜିଲା କନକମାଲ ଗାଁର ସୁକୁନ କିଷାନ ଓ ଜମନକିରା ଗାଁର କଳାବତୀ କିଷାନ(୨୦)ଙ୍କ ମୃତ୍ୟୁ ହୋଇଛି । କଣ୍ଟାମାଳ ଓ ଘଣ୍ଟାପଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories