www.samajalive.in
Saturday, December 6, 2025
26.1 C
Bhubaneswar

ଧନତେରାସ୍‌ରେ ୧ କ୍ବିଣ୍ଟାଲ ବେପାର

ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ, ତା’ ସାଙ୍ଗକୁ ୨୪ ଘଣ୍ଟାରେ ୩ ହଜାର ଟଙ୍କା ବଢ଼ିଛି। ଏହା ସତ୍ତ୍ବେ ଧନତେରାସରେ ସୁନା କିଣା ଆଗ୍ରହ କମିନି। ଶନିବାର ରାଜ୍ୟବ୍ୟାପୀ ଏକ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଥିବା ଜଣାପଡ଼ିଛି। ନିଜ ନିଜର ଆର୍ଥିକ କ୍ଷମତା ଅନୁସାରେ ଲୋକେ ସୁନା କିଣିଛନ୍ତି। ସୁନା କିଣିବା ପରିସ୍ଥିତିରେ ନଥିବା ଲୋକେ ରୁପା କିଣି ସନ୍ତୁଷ୍ଟ ହୋଇଛନ୍ତି। ଗତକାଲି ୧୦ ଗ୍ରାମ୍‌ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୨୭,୫୮୦ ଟଙ୍କା ରହିଥିଲା। ସେହିପରି ଗୋଟିଏ ଭରି ୨୨ କ୍ୟାରେଟ ସୁନା ମୂଲ୍ୟ ଗତକାଲି ତୁଳନାରେ ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୨୧,୫୦୦ ଟଙ୍କା ରହିଛି। ଗତବର୍ଷ ଏହି ସମୟରେ ୧୦ ଗ୍ରାମ୍‌ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୭୮ ହଜାର ଟଙ୍କା ଥିଲା।
ଆଜି ଧନତେରାସ ଉପଲକ୍ଷେ ସକାଳୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା।

ଗୋଟିଏ ପଟେ ସୁନାର ଚଢ଼ା ଦର ଥିବାବେଳେ ଅନ୍ୟପଟେ ଗହଣା ବ୍ୟବସାୟୀ ମଧ୍ୟ ମନଲୋଭା ଅଫର ଦେବାକୁ ଭୁଲି ନ ଥିଲେ। ଗଢ଼ା ମଜୁରି ଉପରେ ୬୦% ପର୍ଯ୍ୟନ୍ତ ରିଆତି ଦିଆଯାଇଥିଲା। ତା’ସହିତ ଭଳିକି ଭଳି ନିଶ୍ଚିତ ଉପହାର ଏବଂ ସୁନା/ରୁପା ମୁଦ୍ରା ମାଗଣାରେ। ସେହିପରି ପୁରୁଣା ସୁନା ଉପରେ ମଧ୍ୟ ଭଲ ରିଆତି ଦିଆଯାଇଥିଲା। ରାଜଧାନୀ ଭୁବନେଶ୍ବର ହେଉ କିମ୍ବା ଛୋଟ ସହର, ଧନତେରସରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଅଭାବ ନଥିଲା। ଏହି ଦିନରେ ସୁନା, ରୁପା କିଣି ଘରକୁ ଆଣିଲେ ଧନଲକ୍ଷ୍ମୀଙ୍କ କୃପା ମିଳିବା ବିଶ୍ବାସ ଥିବାରୁ ଅଧିକ ଦର ସତ୍ତ୍ବେ ଲୋକେ ଦୋକାନକୁ ଧାଇଁଥିଲେ। ଭୁବନେଶ୍ବରର କିଛି ପ୍ରମୁଖ ସୁନା ବ୍ୟବସାୟୀଙ୍କ କହିବା ଅନୁସାରେ ପୂର୍ବାପେକ୍ଷା ଏଥର ସୁନା ଦର ‌ଢେର ବୃଦ୍ଧି ପାଇଛି।ଏଥର ବ୍ୟବସାୟ ମାନ୍ଦା ରହିବ ବୋଲି ଆଶଙ୍କା ଥିଲା।
ସେଥିପାଇଁ ଆମେ ବିଭିନ୍ନ ପ୍ରକାର ମନଲୋଭା ରିଆତି ଓ ପୁରସ୍କାର ଘୋଷଣା କରିଛୁ। ଆଜି ଭଲ ବ୍ୟବସାୟ ହୋଇଛି। ଆନୁମାନିକ ଭାବେ ଓଡ଼ିଶାରେ ପ୍ରାୟ ଏକ କ୍ବିଣ୍ଟାଲରୁ ଅଧିକ ସୁନା କାରବାର ହୋଇଛି। ସେହିପରି ରୁପା କାରବାର ମଧ୍ୟ ଭଲ ରହିଥିଲା। ଅନେକ ଲୋକ ହୀରା ଓ ପ୍ଲାଟିନମ୍ ଗହଣା କିଣାକିଣି କରିଥିଲେ ବୋଲି ବ୍ୟବସାୟୀମାନେ କହିଛନ୍ତି। ଭୁବନେଶ୍ବରର ସୁଜାତା ମାହାଲି କହିଛନ୍ତି, ଆଜି ସୁନା ଦର ବାଧୁଛି। କିନ୍ତୁ ଆଗକୁ ଝିଅ ବାହାଘର ଥିବାରୁ ଧନତେରସରେ ସୁନା କିଣିବା ପାଇଁ ଆସିଛୁ। ପାର୍ବଣ ପାଇଁ ଏବେ ବହୁତ ଭଲ ଡିଜାଇନର ଗହଣା ଉପଲବ୍ଧ ଅଛି ବୋଲି ସେ କହିଛନ୍ତି।
ଭୁବନେଶ୍ବରର ଏକ ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନର ସ୍ବତ୍ବାଧିକାରୀ କହିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ଏଥର ବି ଧନତେରସର ଆଗ୍ରହ ଗ୍ରାହକଙ୍କ ନିକଟରେ ପରିଲକ୍ଷିତ ହୋଇଛି। ବ୍ୟବସାୟ ବି ଭଲ ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories