www.samajalive.in
Saturday, December 6, 2025
16.1 C
Bhubaneswar

ମିଠା ଦୋକାନରେ ଚଢ଼ଉ, ଲକ୍ଷେ ଜୋରିମାନା

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ଶନିବାର ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ, ହୋଟେଲରେ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିମର ଖାଦ୍ୟ ସୁରକ୍ଷା ବିଭାଗ ଓ ଭ୍ରାମ୍ୟମାଣ ଖାଦ୍ୟ ନିରୀକ୍ଷଣ ଲାବ୍ରୋଟାରୀ ମିଳିତ ଭାବେ ଏହି ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ କିଛି ମିଠା ଦୋକାନରେ ସ୍ବଚ୍ଛତା ଅଭାବ ସାମ୍ନାକୁ ଆସିଥିବାବେଳେ ଆଉ କିଛି ମିଠା ଦୋକାନରେ ନିମ୍ନମାନର ଓ ବାସି ପଦାର୍ଥ ବ୍ୟବହାର କରାଯାଉଥିବା ଜଣାପଡିଛି। ନିୟମ ଖିଲାପୀ ଦୋକାନୀଙ୍କଠାରୁ ମୋଟ ୧ ଲକ୍ଷ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି ମିଠା ଦୋକାନ ଓ ହୋଟେଲରୁ ୫୦ଟି ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ଦୀପାବଳିରେ ବ୍ୟବସାୟୀମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ମିଠା ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିଲା। ସେହିକ୍ରମରେ ମହାନଗର ନିଗମ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା । ବିଭାଗ ପକ୍ଷରୁ ବ୍ରହ୍ମପୁରର ବଡବଜାର ଅଞ୍ଚଳରେ ଥିବା ବାଲାଜୀ ମିଷ୍ଠାନ୍ନ ଭଣ୍ଡାର, ସୁବାରାଓ ଛକରେ ଥିବା ଶ୍ରୀକ୍ଷେତ୍ର ମିଷ୍ଠାନ୍ନ ଭଣ୍ଡାର, ଜୟପ୍ରକାଶନଗର ଛକ ଠାରେ ଥିବା ହୋଟେଲ ଜଗାକାଳିଆ ସମେତ ସାହୁ ସୁଇଟସ, ମୁକ୍ତା ମିଷ୍ଟାନ୍ନ ଭଣ୍ଡାର, ଅନ୍ନପୂର୍ଣ୍ଣା ସୁଇଟସ, ଆନନ୍ଦ ସୁଇଟସ, ନନ୍ଦଗୋପାଳ ସୁଇଟସ ଓ ବେକେରୀ, ନନ୍ଦନ ହୋଟେଲ, ରାଜ ସୁଇଟସ, ଷ୍ଟେଟବ୍ୟାଙ୍କ ଛକ ଦୁର୍ଗାଦେବୀ ମିଷ୍ଟାନ୍ନ ଭଣ୍ଡାର, ଜୟଜଗନ୍ନାଥ ମସରୁମ ସେଣ୍ଟର ଭଳି ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories