www.samajalive.in
Friday, December 5, 2025
27.1 C
Bhubaneswar

ସେକ୍ସ ରାକେଟରେ ନିୟୋଜିତ ଥିଲା ନାବାଳିକା ପୀଡ଼ିତା: ୨ ମହିଳା ସମେତ ୪ ଦଲାଲ ଗିରଫ, ୩ ଦେହଜୀବୀ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ। କ୍ୟାପିଟାଲ ହସ୍ପିଟାଲରୁ ଜଣେ ନାବାଳିକା ପୀଡ଼ିତାର ବୟାନ ପରେ କମିଶନରେଟ ପୁଲିସ ଏଭଳି ଏକ ସେକ୍ସ ରାକେଟକୁ ଠାବ କରିଛି। କ୍ୟାପିଟାଲ ଥାନା ପୁଲିସ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଘରେ ଚଢ଼ଉ କରି ଦୁଇ ଜଣ ମହିଳା ସମେତ ୪ ଦଲାଲଙ୍କୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଏଥିସହ ରାକେଟରେ ନିୟୋଜିତ ୩ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ମଞ୍ଚେଶ୍ବର ଥାନା ଅଧୀନ ପରିଡ଼ା କଲୋନୀ ନିକଟ ପାଲାମଣ୍ଡପ ପାଖରେ ରହୁଥିବା ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ମଞ୍ଜୁ ସେଠୀ, ବରମୁଣ୍ଡା କାଳୀମନ୍ଦିର ନିକଟରେ ରହୁଥିବା କଟକ ବାଙ୍କୀ ପାଟପୁର ଅଞ୍ଚଳର ମମତା ସାହୁ, ଲକ୍ଷ୍ମୀସାଗର ପ୍ଲଟ ନମ୍ବର ଇବି-୩୨୪ର ମାଲିକ ସଞ୍ଜୀବ କୁମାର ଦାସ ଓରଫ ବାପି ଓ ନୟାଗଡ଼ ଜିଲା ଘୁଗୁଡ଼ିପଡ଼ା ସ୍ଥିତ ବସନ୍ତପୁରର ଅବିନାଶ ମୁଦୁଲି। ହସ୍ପିଟାଲର ଅଭିଯୋଗ ପରେ ନାବାଳିକା ପୀଡ଼ିତାକୁ ପଚରାଉଚରା କରାଯାଇଥିଲା, ତେବେ ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଘଟଣା ଉପରୁ ପରଦା ହଟାଇବା କଷ୍ଟକର ଥିଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସେକ୍ସ ରାକେଟ ଧରାପଡ଼ିଥିଲା। ଏହାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ କହିଛନ୍ତି।
ଲକ୍ଷ୍ମୀସାଗର ପ୍ଲଟ୍‌ ନମ୍ବର ଇବି-୩୨୪ରେ ଗତ କିଛି ବର୍ଷ ହେବ ସେକ୍ସ ରାକେଟ ଚାଲିଥିଲା। ରାତିଦିନ ସବୁ ସମୟରେ ଏକାଧିକ ଝିଅ ଓ ପୁଅଙ୍କର ସେଠାରେ ଗହଳି ଜମୁଥିଲା। ପ୍ରାୟ ୫ ବର୍ଷ ହେବ ଉକ୍ତ ଘରେ ଏପରି ସେକ୍ସ ରାକେଟ ଚାଲିଥିବା ବେଳେ ନିକଟସ୍ଥ ଲୋକେ ନିଜକୁ ଅସୁରକ୍ଷିତ ମଣୁଥିଲେ। ସ୍ଥାନୀୟ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା। ପୁଲିସ ପହଞ୍ଚିବା ବେଳକୁ କାହାକୁ ପାଉନଥିଲା। ଗତ ୧୬ ତାରିଖରେ ଜଣେ ନାବାଳିକା ପୀଡ଼ିତା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ପୀଡ଼ିତା ଯୌନ ନିର୍ଯାତନାର ଶିକାର ହୋଇଥିବା ଡାକ୍ତର ଜାଣିପାରିଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ କ୍ୟାପିଟାଲ ଥାନାକୁ ଅବଗତ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନରେ ତାଳମେଳ ନରହିବାରୁ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ପରେ ପୀଡ଼ିତାଙ୍କୁ ଜଣେ ଅଟୋ ଚାଳକ ଆଣି ହସ୍ପିଟାଲରେ ଛାଡ଼ିଥିବା ପୁଲିସ ଜାଣିପାରିଥିଲା। ଉକ୍ତ ଅଟୋ ଚାଳକକୁ ଠାବ କରାଯିବା ପରେ ସେକ୍ସ ରାକେଟ ସମ୍ପର୍କରେ ପୁଲିସକୁ ସନ୍ଧାନ ମିଳିଥିଲା। କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ ବାପିର ଘରେ ଚଢ଼ଉ କରି ୩ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ରାକେଟର ଦଲାଲଙ୍କୁ ଗିରଫ କରିଥିଲା। ଗୁରୁତର ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡ ଅଞ୍ଚଳରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୀଡ଼ିତାଙ୍କ ଘର ‌େ‌କଉଁଠି, ତାଙ୍କୁ ଏଠାକୁ କିଏ ଆଉ କେମିତି ଆଣିଥିଲା, ସେ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ ଆୟୁକ୍ତ କହିଛନ୍ତି।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories