www.samajalive.in
Saturday, December 13, 2025
26.1 C
Bhubaneswar

ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କଲେ ସରକାରୀ ଓକିଲ

ଡ଼େସ୍କ: ବାଂଲାଦେଶର ବିତାଡିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ବାଂଲାଦେଶର ଆନ୍ତର୍ଜାତିକ କ୍ରାଇମ ଟ୍ରାଇବୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲା ଇସଲାମ। ମହମ୍ମଦ କହିଛନ୍ତି ୨୦୨୪ରେ ଦେଶରେ ହୋଇଥିବା ବିକ୍ଷୋଭ ଓ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ହେଉଛନ୍ତି ହସିନା। ହସିନାଙ୍କ ଯୋଗୁଁ ୧୪୦୦ ନିରୀହ ଲୋକ ପ୍ରାଣ ହରାଇଥିଲେ। ତେଣୁ ତାଙ୍କୁ ୧୪୦୦ ଥର ଫାଶୀ ଦିଆଯିବା ଦରକାର। ହସିନାଙ୍କ ଶାସନକୁ ବିରୋଧ କରି ଦେଶରେ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକୁ ଦମନ କରିବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ବାଂଲାଦେଶରେ ଗତବର୍ଷ ହୋଇଥିବା ବିକ୍ଷୋଭ ହିଂସାକୁ ନେଇ ହସିନାଙ୍କ ବିରୋଧରେ ୭୮ଟି ମାମଲା ରୁଜୁ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories