www.samajalive.in
Monday, December 8, 2025
13.1 C
Bhubaneswar

ଅଭିନନ୍ଦନ ଏଫ୍-୧୬ ମାରି ଖସାଇଥିବା ପ୍ରଥମ ଭାରତୀୟ ପାଇଲଟ: ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ ..- ଅଭିନନ୍ଦନ ବାୟୁ ସେନାର ପ୍ରଥମ ପାଇଲଟ୍ ଭାବେ ଏଫ୍-୧୬ ଯୁଦ୍ଧ ବିମାନକୁ ମାରିତଳକୁ ଖସାଇଛନ୍ତି ବୋଲି ପୂର୍ବତନ ବାୟୁସେନା ମୁଖ୍ୟ (ଏୟାର ଚିଫ୍ ମାର୍ଶାଲ) ଏସ୍ କ୍ରିଷ୍ଣମୂର୍ତ୍ତୀ ଏହି ବିଷୟରେ କହିଛନ୍ତି  । ଅଭିନନ୍ଦନ  ମିଗ୍‌-୨୧  ବିସନ ଯୁଦ୍ଧ ବିମାନ ଚଳାଉଥିଲେ ।  ଏଫ୍‌-୧୬ ଏହାଠାରୁ ଆଧିନିକ । ଏଫ୍‌-୧୬ରେ ଆଧୁନିକ ଯୁଦ୍ଧାସ୍ତ୍ର  ସହ ଆଧୁନିକ ରାଡର୍‌ ସିଷ୍ଟମ ରହିଛି । ମାତ୍ର ଏହାକୁ ଖସାଇବାରେ ଅଭିନନ୍ଦନ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ବାୟୁସେନା ସରକାରଙ୍କୁ ଅଧିକ ଆଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଥିବା କଥା କହିଛି । ଅତିଶୀଘ୍ର ୧୦୦ ଅତ୍ୟାଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି । ପାକିସ୍ତାନର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିଲେ ମଧ୍ୟ  , ଏଫ୍‌-୧୬ ସହ ଅନ୍ୟ ଅତ୍ୟାଧୁନିକ ଯୁଦ୍ଧ ବିମାନ ରହିଛି । ଭାରତୀୟ ବାୟୁସେନା ନିକଟରେ ଥିବା ସୁଖୋଇ-୩୦ ଏମ୍‌କେଆଇ ୨୦ ବର୍ଷ ତଳର ଏଥିରେ ସୁଧାର ଆସିବାର ଆବଶ୍ୟକତା ରହିଛି ବୋଲି  କ୍ରିଷ୍ଣମୂର୍ତ୍ତୀ କହିଛନ୍ତି । ଏବେ କେହେ କାହା ଉପରେ ଦୋଷାରୋପ ନକରି ଶୀଘ୍ର ଦେଶର ହିତରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଆମ ପାଇଲଟମାନେ  ଦକ୍ଷ  ଏମାନଙ୍କୁ ବଶ୍‌ ଭଲ ଭାବରେ ତାଲିମ ଦିଆଯାଇଥାଏ । ମାତ୍ର ଏବେ ବାୟୁସେନାକୁ ଅତ୍ୟାଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ବୋଲି  କ୍ରିଷ୍ଣ ମୂର୍ତ୍ତୀ ସୂଚନା ଦେଇଛନ୍ତି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories