www.samajalive.in
Thursday, December 11, 2025
13.1 C
Bhubaneswar

ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଲଦିବ ଆମେରିକା

ୱାଶିଂଟନ: ଏଣିକି ଭାରତ ଉପରେ ଅଧିକ ଟିକସ ଲଦିବ ଆମେରିକା। ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଠାରେ ଅନୁଷ୍ଠିତ କନଜରଭେଟିଭ ପଲିଟିକାଲ ଆକ୍ସନ ସମ୍ମିଳନୀରେ ଟ୍ରମ୍ପ ଯୋଗଦେଇ ଏଭଳି କହିଛନ୍ତି। ଏହି ଅବସରରେ ସେ ୨ଘଣ୍ଟା ଧରି ଭାଷଣ ଦେଇଥିଲେ। ସେଥିରୁ ଅଧିକାଂଶ ସମୟରେ ଭାରତ ସହିତ ଅନ୍ୟାନ୍ୟ ଦେଶ ସହ ରହିଥିବା ଘରୋଇ ଏବଂ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତ ଏକ ଅଧିକ ଶୁଳ୍କ ଅସୁଲ କରୁଥିବା ରାଷ୍ଟ୍ର। ଭାରତ ଆମ ସାମଗ୍ରୀ ଉପରେ ବହୁ ପରିମାଣରେ ଟିକସ ଲଗାଉଛି। ତେଣୁ ଆମେରିକା ମଧ୍ୟ ପାରସ୍ପରିକ ଟିକସ ଚାହୁଁଛି। ଭାରତୀୟ ସାମଗ୍ରୀ ଉପରେ ଅଧିକ ଟିକସ ଆଦାୟ କରିବାକୁ ଯୋଜନା କରାଯାଉଛି।

ଟ୍ରମ୍ପ ହାର୍ଲି ଡେଭିଡାନ ମୋଟରସାଇକେଲର ଉଦାହରଣ ଦେଇ କହିଥିଲେ ଯେ, ଆମ ମୋଟରସାଇକେଲ ଉପରେ ଭାରତ ୧୦୦ ପ୍ରତିଶତ ଟିକସ ନେଉଥିଲା। ୨ ମିନିଟର ଆଲୋଚନା ପରେ ଭାରତ ସରକାର ତାହାକୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ଏଥିରେ ଆମେ ଖୁସି, କିନ୍ତୁ ତାହା ବି ଯଥେଷ୍ଟ କମ ନୁହେଁ। ମାତ୍ର ଆମ ଦେଶରେ ଭାରତ କୌଣସି ମୋଟରସାଇକେଲ ବିକ୍ରି କଲେ ଆମେ କୌଣସି ଟିକସ ନେଉନାହୁଁ। ଏ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକଠାରୁ ୨.୪ ପ୍ରତିଶତ ଟିକସ ନେଉଛୁ। ତେଣୁ ଭାରତ ଉପରେ ମଧ୍ୟ ଆମେ ପାରସ୍ପରିକ ଟିକସ ଲାଗୁ କରିବାକୁ ଚାହୁଁଛୁ। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଆମେରିକୀୟ ଉତ୍ପାଦ ଉପରେ କିଭଳି ଅଧିକ ଟିକସ ଲଦୁଛନ୍ତି ସେ ସମ୍ପର୍କରେ ଟ୍ରମ୍ପ କେତେକ ଉଦାହରଣ ଦେବା ସହ ଏଥର ଆମ ପାଳି ବୋଲି କହିଥିଲେ। ସମ୍ପୃକ୍ତ ଦେଶଗୁଡ଼ିକଠାରୁ ପାରସ୍ପରିକ ଟିକସ ଆଦାୟ କରାଯିବ ବୋଲି ଟ୍ରମ୍ପ କହିଥିଲେ। ବିଶେଷ କରି ଭାରତ ଉପରେ ୨୫ ପ୍ରତିଶତ ପାରସ୍ପରିକ ଟିକସ ଲାଗୁ କରିବାକୁ ସେ ନିଷ୍ପତ୍ତି ନେଇଥିବା କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories