www.samajalive.in
Wednesday, December 10, 2025
14.1 C
Bhubaneswar

ପଶ୍ଚିମବଙ୍ଗ ଗଣଦୁଷ୍କର୍ମର ବିଚାର ବିଭାଗୀୟ ତଦନ୍ତ ଦାବି

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଦୃଢ଼ ନିନ୍ଦା କରିଛି ଭାରତ ଛାତ୍ର ମହାସଂଘ (ଏସଏଫଆଇ)ର ଓଡ଼ିଶା ରାଜ୍ୟ କମିଟି। ଏହି ଘଟଣା କେବଳ ନାରୀଙ୍କ ଉପର ନୁହେଁ, ସମଗ୍ର ଶିକ୍ଷା ପରିବେଶକୁ ଆଘାତ ଦେଇଛି ବୋଲି ମହସଂଘ କହିବା ସହିତ ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି।

ଏସଏଫଆଇ ଓଡ଼ିଶା କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ନିର୍ଯାତନା ଘଟଣା ଆମ ସମାଜର ଗଭୀର ଲିଙ୍ଗଭିତ୍ତିକ ମନୋଭାବ ଓ ଶାସନ ବ୍ୟବସ୍ଥାର ଅସଫଳତାକୁ ପ୍ରକାଶ କରିଛି। ରାଜ୍ୟ ପ୍ରଶାସନ ଓ ପୁଲିସ ତନ୍ତ୍ରର ଅଲସ ଭୂମିକା ଏହି ଅପରାଧୀମାନଙ୍କୁ ଆଶ୍ରୟ ଦେଉଛି। କମିଟି  ତରଫରୁ ରାଜ୍ୟ ସଭାପତି ଚନ୍ଦନ  କମିଲା ରାଜ୍ୟ କୋଷାଧ୍ୟକ୍ଷ କମ୍ରେଡ୍ ରାକ୍ଷୀ ସ୍ୱାଇଁ, ରାଜ୍ୟ ଉପଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା, ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ରାଜ୍ୟ ଯୁଗ୍ମ  ସମ୍ପାଦକ ଲିପୁ ବଳିଆର ସିଂହ ପ୍ରମୁଖ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ କରାଯାଉ। ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଏସ୍ଏଫ୍ଆଇ ବଡ ଧରଣର ବିକ୍ଷୋଭ କରିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories