www.samajalive.in
Friday, December 5, 2025
23.1 C
Bhubaneswar

କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ର ୩ ଅଧିକାରୀ

ଭୁବନେଶ୍ୱର : ଏସଆଇ ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆରପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ‘ବଣିକ’ର ୩ ଅଧିକାରୀ ହାଜର ହୋଇଥିବା ଜଣାପଡିଛି । ୩ ଜଣଙ୍କୁ ହାଜର ହେବାକୁ  କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା। ପୁଲିସ୍‌ ଏସଆଇ ନିଯୁକ୍ତି ଘୋଟାଲାରେ ‘ବଣିକ’ର ଲିଙ୍କ ନେଇ ତନାଘନା ଚାଲିଛି।  ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂ ସେଣ୍ଟରରୁ ପଠାଯାଇଥିବା ଜଣାପଡ଼ିଛି। ଗତକାଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରିଥିଲେ। ଏବଂ ଏହି ଘୋଟାଲାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories