www.samajalive.in
Friday, December 5, 2025
23.1 C
Bhubaneswar

ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇ କାର୍ତ୍ତିକ ଜେନା ନିଲମ୍ବିତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ପାଇଁ ଅସଲି ପୁଲିସ୍ ନକଲି ପୁଲିସ୍‌କୁ ପଠାଇ ନିଲମ୍ବିତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଅଭିଯୋଗ ହୋଇଥିଲା । ତେବେ ଦାୟିତ୍ବରେ ଥିବା ପୁଲିସ୍‌ ଏସ୍‌ଆଇ ନିଜେ ନଯାଇ ତଦନ୍ତ ପାଇଁ ଯୁବକଙ୍କୁ ପଠାଇଥିଲେ। ଯୁବକ ଜଣଙ୍କ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ । ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ସ୍ଥାନୀୟ ଲୋକେ ଏହା ଜାଣି ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ସେ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ଅଧିକ ସନ୍ଦେହ ହେବାରୁ ଗ୍ରାମବାସୀମାନେ ଯୁବକଙ୍କୁ ଅଟକ ରଖି ପୁଲିସ୍‌କୁ ଡାକିବାରୁ ପୁଲିସ୍‌ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୁଲିସ୍‌ ନୁହନ୍ତି। ତେଣୁ ଗ୍ରାମାଞ୍ଚଳ ପୁଲିସ୍‌ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୁଲିସ୍‌ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories