www.samajalive.in
Friday, December 12, 2025
19.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା

ଆରଡି : ଆସନ୍ତା ସୋମବାର ଅର୍ଥାତ ମାର୍ଚ୍ଚ ୪ରେ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି(ଜାଗରଯାତ୍ରା)। ଏଥିପାଇଁ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷକରି ରବିବାର ଏକବାର ନୀତି ନିମନ୍ତେ ମନ୍ଦିର ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅପରାହ୍ଣରେ ମନ୍ଦିର ଚୂଡାରେ ନୂଆ ନେତ ଲାଗି କରାଯିବ ତାହା ସହ ପରମ୍ପରା ଅନୁଯାୟୀ ମଣିବାବାଙ୍କର ସନ୍ଧ୍ୟା ଧୂପ ପରେ ଏକବାର ଅନ୍ନ ନୀତି ଲାଗି କରାଯାଇ ସମସ୍ତ ସେବାୟତମାନଙ୍କୁ ବିତରଣ କରାଯିବ। ଅନ୍ୟପଟେ ମନ୍ଦିର ପ୍ରସାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କାଯାଇଛି। ବିଶେଷକରି ଏକବାର ନୀତିକାନ୍ତି ନିମନ୍ତେ ରବିବାର ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସରିବା ପରେ ଗମ୍ଭୀରା ଘରେ ନୂଆ ଚାନ୍ଦୁଆ ଲାଗି କରାଯିବ, ପରେ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦିରେ ବଡସିଂହାର ବେଶରେ ମଣିବାବାଙ୍କୁ ସଜ୍ଜିତ କରାଯିବ ।
ଜାଗର ନୀତିିକାନ୍ତି ;-
୦୩/୦୩/୨୦୧୯, ରବିବାର
ଅପରାହ୍ଣ ୪ଟା ମନ୍ଦିର ଚୂଡାରେ ନେତ ଲାଗି।
ଅପରାହ୍ଣ ୫ଟା ମଣିବାବାଙ୍କ ବଡସିଂହାର ବେଶ।
ସନ୍ଧ୍ୟା ୬ଟା ଗର୍ଭଗୃହରେ ନୂତନ ଚାନ୍ଦୁଆ ଲାଗି ଓ ମନ୍ଦିର ଚୂଡାରେ ନୂଆ ନେତ ଲାଗି।
ସନ୍ଧ୍ୟା ଘ୭.୩୦ମି. ଏକବାର ନୀତି(ଅନ୍ନ ଭୋଗ) ଲାଗି।
୦୪/୦୩/୨୦୧୯, ସୋମବାର
ସକାଳ ୪ଟା ପହଡ ଖୋଲା, ମଙ୍ଗଳ ଆଳତୀ ଓ କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ ଭୋଗ ଲାଗି।
ସକାଳ ୫ଟା ମଣିବାବାଙ୍କ ଦିଗମ୍ବ ବେଶ , ପାଳିଆ ସେବକଙ୍କ ପକ୍ଷରୁ ଖେଚୁଡି ଅନ୍ନଭୋଗ ଲାଗି।
ସକାଳ ୫ଟା ୩୦ମି. ରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ସାହଣ ମେଲା।
ସଂଧ୍ୟା ୬ଟା ପ୍ରଥମ ପହର ଉପଚାର ପୂଜା ଓ ମହାସ୍ନାନ।
ସଂଧ୍ୟା ୮ଟା ଦ୍ୱିତୀୟ ପ୍ରହର ପୂଜା ଓ ଅଭିଷେକ।
ରାତ୍ର ୧୦ଟା ତୃତୀୟ ପ୍ରହର ଉପଚାର ପୂଜା ପଞ୍ଚାଉପଚାର ନୀତି।
ରାତ୍ର ୧୧ଟା ଚତୁର୍ଥ ପ୍ରହର ଉପଚାର ପୂଜା ଓ ମହା ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା
ରାତ୍ର ୧୨ଟା ମଣିବାବାଙ୍କ ସୁନା ବେଶ ପ୍ରସ୍ତୁତି।
ରାତ୍ର ୧ଟା ମହାଯଜ୍ଞ ଓ ମହାଦୀପ ପ୍ରସ୍ତୁତି।
ରାତ୍ର ୧ଟା ସର୍ବସାଧାରଣ ଓ ଶ୍ରଦ୍ଧାଳୁଭକ୍ତଙ୍କ ସୁନା ବେଶ ଦର୍ଶନ।
ରାତ୍ର ୩ଟା ମହାଦୀପ ମଣିବାବାଙ୍କୁ ସମର୍ପଣ ଓ ଅଗ୍ନି ସଂଯୋଗ ଓ ଗୁପ୍ତ ଷୋଡଶ।
ଭୋର ୪ଟା ମହାଦୀପ ଘଣ୍ଟା, କିର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା।
ଭୋର ୫ଟା ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ।
୦୫/୦୩/୨୦୧୯, ମଙ୍ଗଳବାର
ସକାଳ ୬ଟାରୁ ୭ଟା ଶ୍ରଦ୍ଧାଳୁଭକ୍ତଙ୍କ ସୁନାବେଶ ଦର୍ଶନ
ସକାଳ ୭ଟା ମଙ୍ଗଳ ଆଳତୀ , ଜାଗର ବ୍ରତ ସମାପନ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories