ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରିବା ସହିତ କଟକ ସହରରେ ଉସୁକାଇଲା ଭଳି ଜାତିଆଣ ମନ୍ତବ୍ୟ ଦେଉଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତ ଜଣକ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ଵର ପାଟଣାର। ସେ ସାମାଜିକ ଗଣମାଧ୍ୟମରେ ବାରମ୍ବାର କଟାକ୍ଷ କରୁଥିଲେ। କମିଶନରେଟ ପୁଲିସ ପକ୍ଷରୁ ସୋସିଆଲ ମିଡିଆ ମନିଟରିଂ ସମୟରେ ଧରାପଡ଼ିଥିଲେ। ଏହା ପରେ ପୁଲିସ ତା’କୁ ଗିରଫ କରିଛି।
Popular Categories



