ଭଞ୍ଜନଗର : ନଦୀରେ ଗାଧୋଇବାବେଳେ ଭାସିଯାଇ ନିଖୋଜ ଥିଲେ ବୃଦ୍ଧ। ଆଜି ସକାଳୁ ଉଦ୍ଧାର ହେଲା ମୃତଦେହ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଦାଙ୍ଗୀ ଗାଁର ବିଜୟ କୁମାର ସାହୁ ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜା କରିଥିଲେ। ହେଲେ ବିଜୟଙ୍କର କୌଣସି ପତ୍ତା ମିଳିନଥିଲା।
ପରେ ଏ ନେଇ ଭଞ୍ଜନଗର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳବାହିନୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଛି। ତାରାସିଂ ପୁଲିସ୍ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।



