www.samajalive.in
Friday, December 5, 2025
23.1 C
Bhubaneswar

ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: ଆତ୍ମହତ୍ୟା କଲେ ଆଇପିଏସ ଅଧିକାରୀ। ହରିୟାଣାର ଏହି ବରିଷ୍ଠ ଆଇପିଏସ ଅଧିକାରୀ ହେଉଛନ୍ତି ଓ୍ବାଇ.ଏସ. ପୁରନ। ନିଜ ସର୍ଭିସ ବନ୍ଧୁକରୁ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। କେଉଁ ପରିସ୍ଥିତିରେ ପୁରନଙ୍କ ମୃତ୍ୟୁ ହୋଇଛି ପୁଲିସ ତାହାର ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ବି ଏଯାଏ ସାମ୍ନାକୁ ଆସିନି।

ମଙ୍ଗଳବାର ସକାଳେ ଏହି ଘଟଣା ଘଟିଛି। ତେବେ ଘଟଣା ସମୟରେ ପୁରନଙ୍କ ପତ୍ନୀ ତଥା ଆଇଏଏସ ଅଧିକାରୀ ଅମନୀତ ପି. କୁମାର ଘରେ ନ ଥିଲେ। ସେ ବର୍ତ୍ତମାନ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ନେତୃତ୍ଵରେ ଗଠିତ ଏକ କମିଟି ସହିତ ଜାପାନ ଗସ୍ତରେ ଅଛନ୍ତି।

- Advertisement -

ପୁରନ ହରିୟାଣା କ୍ୟାଡରର ଜଣେ ବରିଷ୍ଠ ଅଧିକାରୀ ଥିଲେ। ସେ ନିଜ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିଆସିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ଏବଂ ପ୍ରଶାସନିକ ବିଭାଗ​‌ରେ ଗଭୀର ଶୋକପ୍ରକାଶ ପାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories