ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆର୍ଥିକ ଅନଗ୍ରସର ବର୍ଗ ପାଉଥିବା ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସମ୍ପ୍ରସାରଣ କରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଆଦେଶ ଜାରି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଆଦେଶ ଜାରି କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ଦ୍ୱାରା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଜାମ୍ମୁ କାଶ୍ମୀରରେ ଲାଗୁ ହେବ ଯାହା ଫଳରେ ଧର୍ମ ଓ ଜାତି ନିର୍ବିଶେଷରେ ଜମ୍ମୁ-କାଶ୍ମୀରର ଆର୍ଥିକ ଅନଗ୍ରସର ବର୍ଗ ଯୁବ ପିଢ଼ି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଥିବା ପଦପଦବୀରେ ଚାକିରୀ କ୍ଷେତ୍ରରେ ସୁବିଧା ପାଇପାରିବେ।
ଜମ୍ମୁ-କାଶ୍ମୀର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ
Popular Categories



