www.samajalive.in
Friday, December 5, 2025
26.1 C
Bhubaneswar

କଟକରେ କାଲି ୧୦ଟା ଯାଏଁ କର୍ଫ୍ୟୁ, ସୋସିଆଲ୍‌ ମିଡିଆ ବ୍ୟାନ୍

କଟକ: କଟକରେ ଅଶାନ୍ତ ଥିବାରୁ କର୍ଫ୍ୟୁ ଲଗାଯାଇଛି। ସହରର କିଛି ଅଞ୍ଚଳ ଯଥା ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟେନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡାନାସୀ, ମର୍କତନଗର. ସିଡିଏ ଫେଜ-୨, ବାଦାମବାଡି, ବୟାଳିଶ ମୌଜା, ସଦର ଥାନା, ଜଗତପୁର, ମାଲଗୋଦାମ ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏପରିକି କଟକ ସହରରେ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲଗାଯାଇଛି। ସିଏମସି, ସିଡିଏ ଏବଂ ବୟାଳିଶି ମୌଜା ପାଇଁ କଟକଣା ଲାଗୁ ହୋଇଛି। ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଜାରି ରହିବା ନେଇ ସୂଚନା ମିଳିଛି। ହ୍ବାଟସ୍‌ ଆପ୍ , ଫେସ୍‌ବୁକ୍ , ଇନଷ୍ଟାଗ୍ରାମ୍ , ଏକ୍ସ ଓ ସ୍ନାପ୍‌ଚାଟ୍ ବନ୍ଦ କରାଯାଇଛି। ମୋବାଇଲ୍‌ ଇଣ୍ଟରନେଟ୍ ବାତିଲ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories