www.samajalive.in
Friday, December 5, 2025
16.1 C
Bhubaneswar

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଲାଗି ଚାଲିଗଲା ୮ ଜୀବନ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନର ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାରୁ ୮ଜଣଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲର ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଥିବା ନ୍ୟୁରୋ ସର୍ଜରୀ ୱାର୍ଡର ଷ୍ଟୋରରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ରୋଗୀଙ୍କ ରକ୍ତ ନମୁନା, ରୋଗୀଙ୍କ ଫାଇଲ୍‍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ୨୪ଜଣ ରୋଗୀ ରହୁଥିବା ୱାର୍ଡ ମଧ୍ୟ ଜଳିଯାଇଛି । ନିଆଁ ଲାଗିବାରୁ ଜୀବନ ବଞ୍ଚାଇବା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ଦ୍ୱିତୀୟ ମହଲାର ଆଇସିୟୁ ୱାର୍ଡକୁ ଶୀଘ୍ର ବ୍ୟାପି ଯାଇଥିଲା । ଯାହା ଫଳରେ  ହସ୍ପିଟାଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମୟରେ ଆଇସିୟୁରେ ୨୪ଜଣ ରୋଗୀ ରହିଥିଲେ । ନିଆଁର ପ୍ରକୋପ ଦେଖି ୱାର୍ଡ ବାହାରେ ଥିବା ହସ୍ପିଟାଲ କର୍ମଚାରୀ ଏବଂ ଆଟେଣ୍ଡାଣ୍ଟମାନେ ନିଆଁକୁ ଆୟତ କରିବା ସହ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରରେ ଲାଗିଥିଲେ । ପରିବାର ସଦସ୍ୟମାନେ ରୋଗୀଙ୍କୁ ବେଡ ସହିତ ଧରି ଡାକ୍ତରଖାନା ବାହାରକୁ ଧାଇଁ ଆସିଥିଲେ ।
ହସ୍ପିଟାଲର ଟ୍ରମା ସେଣ୍ଟର ଇନଚାର୍ଜ ଅନୁରାଗ ଧାକଡ କହିଛନ୍ତି ଯେ ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଦୁଇଟି ଆଇସିୟୁ ୱାର୍ଡ ଅଛି । ଗୋଟିଏ ୱାର୍ଡରେ ୧୧ଜଣ ରୋଗୀ ଏବଂ ଅନ୍ୟଟିରେ ୧୩ଜଣ ରୋଗୀ ରହିଛନ୍ତି । ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବାକି ରୋଗୀମାନଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।  ଏହି ଭୟଙ୍କର ଅଗ୍ନିକାଣ୍ଡର ସମୀକ୍ଷା କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ହସ୍ପିଟାଲରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ  ରୋଗୀ ଓ ତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ସ୍ଥିତର ସମୀକ୍ଷା କରିଛନ୍ତି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories