www.samajalive.in
Monday, December 8, 2025
24.1 C
Bhubaneswar

ଜମାତ-ଏ-ଇସଲାମିର ସମ୍ପତ୍ତି ମୂଲ୍ୟ ୪୫୦୦ କୋଟି, ପାକିସ୍ତାନଠାରୁ ମିଳୁଛି ସହାୟତା

ଜାମ୍ମୁ: ଜମାତ-ଏ-ଇସ୍‍ଲାମୀ ସଂଗଠନ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବାରୁ ଆତଙ୍କବାଦ ନିରୋଧୀ ଆଇନ ଅନୁସାରେ କେନ୍ଦ୍ର ସରକାର ଏହାକୁ ୫ବର୍ଷ ପାଇଁ ନିଷେଧ କରିଛନ୍ତି। ତେବେ ଏହି ସଂଗଠନ ପାଖରେ ୪୫୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଅମର ଉଜାଲା ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ପାକିସ୍ତାନ ସହିତ ଅନ୍ୟାନ ଦେଶ ଏହି ସଂଗଠନକୁ ସହାୟତା କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟ ମୁତାବକ, ଜମାତ ପାଖରେ ବର୍ତ୍ତମାନ ୪୫୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ଏସବୁ ସମ୍ପତ୍ତି ମଧ୍ୟରେ ୪୦୦  ସ୍କୁଲ, ୩୫୦ ମସଜିଦ ଏବଂ ୧ ହଜାରରୁ ଊର୍ଦ୍ଧ୍ଵ ମଦ୍ରାସା ସାମିଲ ଅଛି। ଏସବୁ ଚଳାଇବାକୁ ପାକିସ୍ତାନ ସମେତ ହୁରିୟନ କନଫରେନ୍ସ ଏବଂ ସ୍ଥାନୀୟ ଲୋକ ଚାନ୍ଦା ଆକରରେ ଟଙ୍କା ଦେଇଥାନ୍ତି।

- Advertisement -

ଦୀର୍ଘ ଦିନ ଧରି ଏହି ସଂଗଠନ କାଶ୍ମୀରକୁ ପାକିସ୍ତାନରେ ମିଶାଇବାକୁ ଯୋଜନା ଚଳାଇଆସୁଛି। ସଂଗଠନର କହିବା ଅନୁସାରେ ଭାରତ ସହ ରହିଲେ କାଶ୍ମୀରର ବିକାଶ ହୋଇପାରିବ ନାହିଁ। ଏପରି କି ସୂଚନା ମିଳିଛି ଯେ, ଏହି ସଂଗଠନର ମସଜିଦ ଏବଂ ମଦ୍ରାସାରେ ଆତଙ୍କବାଦୀମାନେ ଆଶ୍ରୟ ନେଇଥାନ୍ତି।

କେନ୍ଦ୍ର ସରକାର ଜମାତ ସଂଗଠନକୁ ନିଷେଧ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଗଠନ ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ସିଲ କରାଯାଉଛି। କିନ୍ତୁ ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ପ୍ରଦାନ କରାଯାଉ ନାହିଁ। ଜମାତକୁ କେଉଁଠାରୁ ଆର୍ଥିକ ସହାୟତା ମିଳୁଛି ତାହାର ତଦନ୍ତ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅସନ୍ତୋଷ ପ୍ରକାଶ କରୁଛନ୍ତି ମେହବୁବା:

କେନ୍ଦ୍ର ସରକାର ଜମାତ ସଂଗଠନକୁ ନିଷେଧ କରିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ସେ କହିଛନ୍ତି ଯେ, ସରକାର ଜମାତକୁ ନିଷେଧ କରିବା ପୂର୍ବରୁ ହିନ୍ଦୁବାଦୀ ସଂଗଠନଗୁଡ଼ିକୁ ନିଷେଧ କରନ୍ତୁ। ବିଜେପିକୁ ବିରୋଧ କରିବା କ’ଣ ରାଷ୍ଟ୍ରଦୋହ ବୋଲି ମୁଫତି ପ୍ରଶ୍ନ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories