www.samajalive.in
Thursday, December 11, 2025
18.1 C
Bhubaneswar

କଟକରେ ଇଣ୍ଟରନେଟ ସେବା ବନ୍ଦ, ସାମାଜିକ ଗଣମାଧ୍ୟମ ଉପରେ କଟକଣା

ସମାଜ ଡିଜିଟାଲ ଡେସ୍କ: ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଭଳି ଅନେକ ସାମାଜିକ ଗଣମାଧ୍ୟମ ଆପଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ସିଡିଏ, ସିଏମସି ଏବଂ ବୟାଳିଶିମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ କରାଯାଇଛି।

ଗଣ୍ଡଗୋଳ ଘଟଣା ପ୍ରତିବାଦରେ ରବିବାର କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ର କରାଯାଇଥିଲା। ଦରଘାବଜାର ନିକଟରେ ପୁଲିସ ଶୋଭାଯାତ୍ରାକୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ଫଳରେ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବାରୁ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କା​‌ରେ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସାହି ଗଳିକନ୍ଦିରେ ପୁଲିସ ଛାଉଣୀ ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories