www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ ସିନେମାକୁ ଫେରିଲେ ସମ୍ଭାବନା

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନା ପ୍ରାୟ ତିନି ବର୍ଷ ପରେ ଓଲିଉଡ୍‌କୁ ଫେରିଛନ୍ତି। ‘ଛକି ଶୂନ’ ଜରିଆରେ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ଏଥିରେ ତାଙ୍କୁ ସୁପର୍‌ଷ୍ଟାର୍ ଅନୁଭବ ମହାନ୍ତିଙ୍କ ସହଯୋଗୀ ଭୂମିକାରେ ଦେଖିବାକୁ ମିଳିବ। ଉକ୍ତ ଚରିତ୍ରକୁ ନେଇ ସମ୍ଭାବନା ବେଶ୍ ଉତ୍ସାହିତ ଅଛନ୍ତି। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଉଦିତ ଗୁରୁ, ଶ୍ରେୟାଂଶୀ ଓ ଭକ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ନବୀନ ଭଣ୍ଡାରୀ ଓ ଜାଗ୍ରତି ଏ ମହାନ୍ତିଙ୍କ ପ୍ରଯୋଜିତ ଏହି ଛବିର ନିର୍ଦ୍ଦେଶନା ମାନସ ପଢ଼ିଆରୀ ଦେଉଛନ୍ତି। ‘ଛକି ଶୂନ’ ହେଉଛି ସମ୍ଭାବନାଙ୍କର ତୃତୀୟ ଓଡ଼ିଆ ସିନେମା।

ସୂଚନାଯୋଗ୍ୟ, ସମ୍ଭାବନା ୨୦୧୩ରେ ପ୍ରଥମେ ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମୁଁ ରାଜା ତୁ ରାଣୀ’ରେ ନାୟିକା ଭାବେ ପରଦାକୁ ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଅରିନ୍ଦମ‌। ପ୍ରଥମ ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିବା ପରେ ସମ୍ଭାବନା ଆଗକୁ ଆଉ କିଛି ସିନେମାରେ ଅଭିନୟ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସେଭଳି କିଛି ଘଟିଲାନାହିଁ। ପ୍ରାୟ ପାଞ୍ଚବର୍ଷ ପରେ ୨୦୧୮ରେ ନିର୍ମାଣ ଆରମ୍ଭ ହୋଇଥିବା ଏକ ନୂଆ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ସେ ଅଭିନୟ କରିଥିଲେ। ଏହା ୨୦୨୨ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ସମ୍ଭାବନାଙ୍କୁ ଜଣାଶୁଣା ନାୟକ ସମ୍ବିତ୍‌ଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହାର ନିର୍ଦ୍ଦେଶନା ଦେଇଥିଲେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ କିରନ୍।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories