www.samajalive.in
Monday, December 8, 2025
14.1 C
Bhubaneswar

ପାକିସ୍ତାନକୁ ୨୪୮ ରନର ଟାର୍ଗେଟ ଦେଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଦିନିକିଆ ମହିଳା କ୍ରିକେଟ ବିଶ୍ଵକପର ରବିବାର ଏକ ମ୍ୟାଚରେ ଭାରତ ଏହାର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାକୁ ୨୪୮ ରନର ଟାର୍ଗେଟ ଦେଇଛି। ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୨୪୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ଭାରତୀୟ ଦଳ ପକ୍ଷରୁ ହରଲିନ ଦେଓଲ ସର୍ବାଧିକ ୪୬ ରନ ସଂଗ୍ରହ କରିଥିବାବେଳେ ରିଚା ଘୋଷ ୩୫ ଏବଂ ପ୍ରତିକା ରାଓ୍ବଲ ୩୧ ରନ କରିଥିଲେ। ପାକିସ୍ତାନୀ ବୋଲର ଡିଆନା ବେଗ ସର୍ବାଧିକ ୪ ଉଇକେଟ ଅକ୍ତିଆର କରିଥିବାବେଳେ ସାଦିଆ ଇକବାଲ ଓ ଫାତିମା ସାନା ୨ଟି ଲେଖାଏ ଏବଂ ରବୀନ ଶାମିମ ଓ ନସ୍ରା ସାନ୍ଧୁ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

- Advertisement -

ଜବାବରେ ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ୨୦ ଓଭରରେ ୩ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ କାନ୍ତି ଗୌଡ଼ ୨ଟି ଉଇକେଟ ନେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories