www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍ଗଲରୁ ୨୨୦୫ ଲିଟର ମଦ ଜବତ

ଗୁରୁଡିଝାଟିଆ: ଅବକାରୀ ଓ ଜଙ୍ଗଲ ବିଭାଗର ମିଳିତ ଚଢାଉ ଫଳରେ ଶନିବାର ୨୨୦୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୧୮୩୦୫ ଲିଟର ପୋଚ ନଷ୍ଟ କରାଯାଇଛି। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗାଁ ନିକଟସ୍ଥ ଜଙ୍ଗଲରେ ଏହି ଚଢ଼ାଉ କରାଯାଇଛି।

ଜିଲ୍ଲା ଅବକାରୀ ବିଭାଗର ମିଳିତ ଦଳ, ଭୁବନେଶ୍ୱର ଅବକାରୀ ୟୁନିଟ ଓ ସ୍ଥାନୀୟ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ବେଆଇନ ଚୋରା ଦେଶୀ ମଦ ଭାଟି ଉପରେ ଚଢାଉ କରାଯାଇଥିଲା। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ,ଅବକାରୀ ଉପ ଅଧିକ୍ଷକ ସିଏଚ ତିରୁପତି, ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ, ଅରୁଣ ଭୋଇ, ବଲବୀର ସିଂହ ଓ ସୌମ୍ୟ ରଞ୍ଜନ ମାଝୀ ପ୍ରମୁଖ ଚଢ଼ାଉରେ ଅଂଶଗ୍ରହଣ କରିଥିଲେ। ଅବକାରୀ ଚଢାଉରେ ଚୋରା ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ହେଲେ କୌଣସି ମାଫିଆଙ୍କୁ ଗିରଫ କରାଯାଇ ପାରି ନାହିଁ। ଯାହାଫଳରେ ଏହି ଚଢାଉ ଲୋକ ଦେଖାଣିଆ ବୋଲି ସାଧାରଣରେ ଆଲୋଚନା ହେଉଛି। ବିଭାଗର ପାରିବା ପଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories