www.samajalive.in
Monday, December 8, 2025
27.1 C
Bhubaneswar

ଅଧିକ ଗପିବା ଠାରୁ ଭଲ କିଛି ସମୟ ଚୁପ୍ ରହିବା

ଆଜିକାଲି ସମସ୍ତେ ପ୍ରାୟ ଶବ୍ଦ ହେଉଥିବା ସ୍ଥାନରେ ରହୁଛନ୍ତି। ଏହାସହ ନିଜେ ମଧ୍ୟ ଅଧିକ କଥା ଗପି ଥାଆନ୍ତି। କିନ୍ତୁ ଆପଣ ବେଶୀ କଥା କହିବା ଅପେକ୍ଷା କିଛି ସମୟ ଚୁପ ରହିବା ଦ୍ବାରା ଶରୀର ପାଇଁ ଲାଭ ହୋଇଥାଏ। ବ୍ୟସ୍ତବହୁଳ ଜୀବନରେ ସବୁ ସମୟରେ କଥା କହିବା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡେ। କିଛି ସମୟ ଚୁପ ହୋଇ ରହିଲେ ମନଶାନ୍ତ ଲାଗେ। ଏହାଦ୍ବାରା ଆପଣ ସୁସ୍ଥ ରହିପାରିବେ। ଆସନ୍ତୁ ଜାଣିବା ଚୁପ ରହିବା ଦ୍ବାରା ଶରୀରକୁ କ’ଣ ଲାଭ ହୋଇଥାଏ।

ମସ୍ତିଷ୍କ ଅଧିକ କାମ କରିଥାଏ :

- Advertisement -

ଯଦି ଆପଣ ଦିନରେ କିଛି ସମୟ ଶାନ୍ତ ହୋଇ ରହିଯିବେ କି ଚୁପ ହୋଇ ବସିବେ ତେବେ ଆପଣଙ୍କ ମସ୍ତିଷ୍କ କ୍ଷୀପ୍ର ବେଗରେ ଗତି କରିବ। ଚୁପ ହୋଇ ବସିବା ଦ୍ବାରା ଆମ ମସ୍ତିଷ୍କ ପୁନଶ୍ଚ କାର୍ଯ୍ୟଶୀଳ ହେବ। ଏହାଦ୍ବାରା ଆପଣ କରୁଥିବା କାର୍ଯ୍ୟ ଉପରେ ଅଧିକ ତଥ୍ୟ ମଧ୍ୟ ଲାଭ କରିପାରିବେ।

ଅଧିକ ସମୟ ମନେ ରହେ :

ଚୁପ ହୋଇ କିଛି ବସିବା ଦ୍ବାରା ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇ ରହିବେ। ସବୁବେଳେ ଗପିବା ଦ୍ବାରା କିମ୍ବା ରାଗିବା ଦ୍ବାରା ନିଜର ମନେ ରଖିବା କ୍ଷମତା ହରାଇବାକୁ ପଡିଥାଏ। ଏହାଦ୍ବାରା କୌଣସି ତଥ୍ୟକୁ ବାରମ୍ବାର ମନେ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରେ ନାହିଁ।

ଚିନ୍ତା ଦୂର ହୋଇଥାଏ :

ସବୁବେଳେ ଗପିବା ଦ୍ବାରା ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। ମସ୍ତିଷ୍କ ଉପରେ ପ୍ରଭାବ ପଡିବାରୁ ଅନ୍ୟମାନେ କହୁଥିବା ଭଲ କଥାକୁ ଆମେ ଖରାପ ବୋଲି ଭାବି ନେଇଥାଉ। ବେଳେବେଳେ ଏଥିପାଇଁ ଆପଣଙ୍କୁ ଅଧିକ ଚିନ୍ତିତ ହେବାକୁ ପଡିଥାଏ। ତେଣୁ ଚୁପ ରହିବା ଦ୍ବାରା ଅନ୍ୟମାନଙ୍କ କଥାକୁ ଶାନ୍ତ ମନରେ ଶୁଣି ହୋଇଥାଏ। ଏହାସହ ଚିନ୍ତା ମଧ୍ୟ କମ ହୋଇଥାଏ।

ନିଦ ଠିକ ହୋଇଥାଏ :

ସବୁବେଳେ ଅଧିକ ଗପିବା ଦ୍ବାରା ନିଦ ଠିକ ଭାବେ ହୋଇନଥାଏ। ଗପିବା ଦ୍ବାରା ଅନ୍ୟମାନେ କହୁଥିବା କଥା ଖରାପ ଲାଗେ। ଏହାକୁ ଚିନ୍ତା କରି ବେଳେବେଳେ ରାତିରେ ଠିକ ନିଦ ହୋଇନଥାଏ। ତେଣୁ ଚୁପ ବସିଲେ ଭଲ କଥା ଜାଣିବାକୁ ମିଳେ। ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବେ କାର୍ଯ୍ୟ କରେ। ଏହାଦ୍ବାରା ନିଦ ଠିକ ହୋଇଥାଏ।

ଖାଦ୍ୟ ଖାଇବା ବେଳେ ଚୁପ ରହିବା ସବୁଠାରୁ ଉତ୍ତମ ବୋଲି କୁହାଯାଇଛି। ଖାଦ୍ୟକୁ ଧିରେ ଧିରେ ଚୋବାଇ ଖାଇବା ଉଚିତ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ। ଖାଦ୍ୟର ସ୍ବାଦ ମଧ୍ୟ ଜାଣି ହୁଏ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories