www.samajalive.in
Thursday, December 11, 2025
14.1 C
Bhubaneswar

ଗାଜା-ଇସ୍ରାଏଲ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ମୋଦୀ

ନୂଆଦିଲ୍ଲୀ: ଗାଜାରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ହ୍ୱାଇଟ୍‍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଯୋଜନାରେ ସହମତି ପ୍ରକାଶ କରିଛନ୍ତି ନେତାନ୍ୟାହୁ । ଡୋନାଲ୍ଡ ହମାସକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଯୋଜନା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ସ୍ଥାୟୀ ଶାନ୍ତି ପଥ ପ୍ରଶସ୍ତ କରୁଛି ।

ଟ୍ରମ୍ପ ହମାସକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ‘ମୁଁ ଆଶା କରୁଛି ଆମେ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବୁ, ଏବଂ ଯଦି ହମାସ ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରେ, ଯାହା ସମ୍ଭବ, ତେବେ ସେମାନେ ଏହି ଚୁକ୍ତିରୁ ବାଦ ପଡିବେ । ଅନ୍ୟ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି, କିନ୍ତୁ ମୁଁ ଭାବୁଛି ଆମେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବୁ । ଯଦି ତାହା ନହୁଏ ତେବେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଯାହା କରିବେ ସେଥିରେ ଆମର ପୂର୍ଣ୍ଣ ସମର୍ଥନ ରହିଛି ।

- Advertisement -

ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି । ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଟ୍ରମ୍ପଙ୍କ ଗାଜା ବିବାଦର ଅନ୍ତ ପାଇଁ ଏକ ବ୍ୟାପକ ଯୋଜନାକୁ ସ୍ୱାଗତ କରୁଛୁ । ଏହା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ଏବଂ ବ୍ୟାପକ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ଏବଂ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରିବ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories