www.samajalive.in
Monday, December 8, 2025
24.1 C
Bhubaneswar

ଅପରେଶନ ଅଗ୍ନିରେ ୮ କୋଟି ୨୪ ଲକ୍ଷ ଟଙ୍କାର ବାଣ ଜବତ

ସମାଜ ବ୍ୟୁରୋ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ତରଫରୁ ସମଗ୍ର ଓଡ଼ିଶାରେ “ଅଗ୍ନି” ନାମକ ବିଶେଷ ଅଭିଯାନ ଚଳାଯାଇଥିଲା। ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ସମଗ୍ର ରାଜ୍ୟରେ ସର୍ବମୋଟ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ, ୧୩୩ ଜଣଙ୍କୁ ଗିରଫ ଏବଂ ୪୫ ନୋଟିସ ଜାରି କରାଯାଇଛି।ମୋଟ ଆନୁମାନିକ ₹୮,୨୪,୬୦,୭୦୦/- ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି। “ଅଗ୍ନି” ଅଭିଯାନ ଫଳରେ ରାଜ୍ୟରେ ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟରେ ରୋକ ଲାଗି ପାରିଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ରାଜ୍ୟ ପୋଲିସର ଏହି ପ୍ରୟାସ ପର୍ବ-ପର୍ବାଣୀ ସମୟ ରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାକୁ ସୁନିଶ୍ଚିତ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନରେ ସମଗ୍ର ରାଜ୍ୟରେ ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ ଜିଲ୍ଲା ରେ ସର୍ବାଧିକ ପରିମାଣର ବେଆଇନ ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ₹ ୫ କୋଟି ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ୧୦ ଟି ମାମଲା ରୁଜୁ ହୋଇଥିଲା ବେଳେ ୫ ଜଣଙ୍କୁ ଗିରଫ ଏବଂ ୫ ଜଣଙ୍କୁ ନୋଟିସ ଜାରି କରାଯାଇଛି।

- Advertisement -

ସେହିପରି ଗଞ୍ଜାମ ଜିଲ୍ଲାରେ ₹ ୨୧,୦୫,୦୦୦/- ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ ୧୪ ଟି ମାମଲା ରୁଜୁ ସହ ୪ ଜଣଙ୍କୁ ଗିରଫ ଏବଂ ୧୦ ଜଣଙ୍କୁ ନୋଟିସ ଜାରି କରାଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲାରେ ₹ ୧୫,୧୬,୦୦୦/- ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ 21 ଟି ମାମଲା ରୁଜୁ ଏବଂ ୨୧ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ଅନୁଗୁଳ ଜିଲ୍ଲାରେ ₹ ୧.୫୦/- କୋଟି ଟଙ୍କା ମୂଲ୍ୟର ଆତସବାଜି ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ବେଳେ 17 ଟି ମାମଲା ରୁଜୁ ସହ ୧୩ ଜଣଙ୍କୁ ଗିରଫ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories