www.samajalive.in
Monday, December 8, 2025
27.1 C
Bhubaneswar

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କୀ ସଂଗଠନ ଘୋଷଣା କଲା କାନାଡ଼ା

ସମାଜ ଡିଜିଟାଲ ଡେସ୍କ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି ଗ୍ୟାଙ୍ଗକୁ ଆର୍ଥିକ ସହାୟତା ଦେବା ଅଥବା ଗ୍ୟାଙ୍ଗ ପାଇଁ କାର୍ଯ୍ୟ କରିବା ଅପରାଧ ବୋଲି ବିବେଚନା କରାଯିବ।

ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଜେଲ ଭିତରେ ରହି ମୋବାଇଲ ଫୋନ ଜରିଆରେ ଗ୍ୟାଙ୍ଗର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। କାନାଡ଼ା ସରକାର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ହତ୍ୟା, ଗୁଳିକାଣ୍ଡ ଭଳି ଅନେକ ଅପରାଧରେ ସାମିଲ ରହିଛି। ବିଶେଷ କରି କାନାଡ଼ାରେ ରହୁଥିବା ମୂଳ ଭାରତୀୟ, ସେମାନଙ୍କ ବ୍ୟବସାୟ ଏବଂ ସାଂସ୍କୃତିକ ପରିଚୟକୁ ଟାର୍ଗେଟ କରୁଛି।

- Advertisement -

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories