ସମାଜ ଡିଜିଟାଲ ଡେସ୍କ: ଭାରତ ଏସିଆ କପ ଫାଇନାଲ ମ୍ୟାଚ ଜିତି ଚମ୍ପିଆନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହିତ ‘ପଡ଼ିଆରେ ଅପରେସନ ସିନ୍ଦୂର’ ବୋଲି ମନ୍ତବ୍ୟ ଦେଇ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ।
ସୂର୍ଯ୍ୟକୁମାର କହିଛନ୍ତି, ଦେଶର ନେତା ଯେତେବେଳେ ତାଙ୍କ ଆଡୁ ଫ୍ରଣ୍ଟଫୁଟରେ ରହି ବ୍ୟାଟିଂ କରନ୍ତି, ସେତେବେଳେ ବହୁତ ଖୁସି ଅନୁଭବ ହୁଏ। ଏମିତି ଲାଗେ ସେ ଷ୍ଟ୍ରାଇକ ନେଇ ରନ୍ କରୁଛନ୍ତି। ସାର ଯେତେବେଳେ ଆଗଧାଡ଼ିରେ ରହିଛନ୍ତି, ଖେଳାଳିମାନେ ନିଶ୍ଚିତଭାବେ ଚାପମୁକ୍ତ ହୋଇ ଖେଳିବେ। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସାରା ଦେଶ ଭାରତର ବିଜୟ ଉତ୍ସବ ପାଳନ କରୁଛି। ଆମେ ଯେତେବେଳେ ଭାରତକୁ ଫେରିବୁ, ଆମକୁ ବହୁ ଖୁସି ଅନୁଭବ ହେବ, ଆମେ ଅଧିକ ପ୍ରେରଣା ପାଇବୁ ଏବଂ ଆଗାମୀ ଦିଗରେ ଭଲ ଖେଳିବୁ।



