www.samajalive.in
Saturday, December 13, 2025
14.1 C
Bhubaneswar

ରାତି ସାରା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ଼: ୪ ମୃତ, ୪୦ ଆହତ

ସମାଜ ଡିଜିଟାଲ ଡେସ୍କ: ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶନିବାର ରାତି ସାରା ବଡ଼ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନ ରାଜଧାନୀ କିଭ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଛି। ଶେ​‌ଷ ଥର ପାଇଁ ଗତ ମାସରେ କିଭ୍ ଉପରେ ରୁଷ ଆକ୍ରମଣ କରିଥିଲା, ଯେଉଁଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଶନିବାର ରାତିରେ ହୋଇଥିବା ଆକ୍ରମଣରେ ବହୁ ବଡ଼ ବଡ଼ କୋଠା ଧୂଳିସାତ ହୋଇଯାଇଛି।

ୟୁକ୍ରେନ ବାୟୁସେନା ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ରୁଷ ପକ୍ଷରୁ ୫୯୫ଟି ବିସ୍ଫୋରକ ଡ୍ରୋନ, ୪୮ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଥିଲା। ୟୁକ୍ରେନ ସେନା ସେଥିରୁ ୫୬୬ ଡ୍ରୋନ ଏବଂ ୪୫ କ୍ଷେପଣାସ୍ତ୍ରକୁ ଖସାଇବାରେ ସଫଳ ହୋଇଛି। ଜାପୋରିଜିୟା, ଖମେଲନିତ୍ସକି, ସୁମୀ, ମାୟକୋଲାଇଭ, ଚେର୍ନିହାଇଭ ଏବଂ ଓଡେସା ଅଞ୍ଚଳରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଥିବା  ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି। ଆକ୍ରମଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories