www.samajalive.in
Friday, December 5, 2025
27.1 C
Bhubaneswar

ଆରମ୍ଭ ହେବ ରାଜପଥରୁ ଗୋରୁ ଉଚ୍ଛେଦ ଅଭିଯାନ

ଭୁବନେଶ୍ବର: ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ। ଏହା ପୂର୍ବରୁ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଗାଈଗୋରୁଙ୍କ ପାଇଁ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ୩୧୬ ନଂ ଜାତୀୟ ରାଜପଥକୁ ଗାଈଗୋରୁ ମୁକ୍ତ କରାଯିବ। ସୂଚନା ଅନୁସାରେ ଏନ୍‌ଏଚ୍‌ଏଆଇ ପଶୁଙ୍କ ପାଇଁ ଘଟୁଥିବା ଦୁର୍ଘଟଣା ଅଞ୍ଚଳ ଚିହ୍ନଟ କରି ପରିବହନ ବିଭାଗକୁ ତଥ୍ୟ ପ୍ରଦାନ କରିବ। ଏହାପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ଥାନୀୟ ପୌରସଂସ୍ଥା ପକ୍ଷରୁ ସେହି ଅଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୯୫ଟି ପଞ୍ଜିକୃତ ଗୋଶାଳାକୁ ଚିହ୍ନଟ କରାଯାଇ ଥିବାବେଳେ ବିଭାଗ ଅଧୀନରେ ଆଉ ୩୭ଟି ନିର୍ମାଣ କରାଯାଉଛି। ଯେଉଁ ସ୍ଥାନରେ ଗୋଶାଳା ନଥିବ ସେଠାରେ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯିବ। ଗାଈ ଗୋରୁଙ୍କୁ ସ୍ଥାନାନ୍ତର ପାଇଁ ପୌରସଂସ୍ଥାଙ୍କୁ ଅନ୍ୟୂନ ୫ଟି ଗାଡ଼ିର ଖର୍ଚ୍ଚ ଏନ୍‌ଏଚ୍‌ଏଆଇ ପ୍ରଦାନ କରିବ। ଗୋଶାଳା ପରିଚାଳନା ପାଇଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ। ଯେଉଁ ଗାଈଗୋରୁଙ୍କ କେହି ଦାବିଦାର ନଥିଲେ ସେମାନଙ୍କୁ ସବୁଦିନ ପାଇଁ ଗୋଶାଳାରେ ରଖାଯିବ। ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିବା ପାଇଁ ଧାର୍ଯ୍ୟ ଜୋରିମାନା ପରିମାଣ ବୃଦ୍ଧି କରାଯିବ। ଏନ୍‌ଏଚ୍‌ରେ ପୁଲିସ ପାଟ୍ରୋଲିଂ ସମୟରେ ଗାଈଗୋରୁଙ୍କ ଉପସ୍ଥିତି ସମ୍ପର୍କରେ ସ୍ଥାନୀୟ ପୌରସଂସ୍ଥାର ଅଧିକାରୀଙ୍କୁ ସୂଚନା ପ୍ରଦାନ କରିବେ। ରାସ୍ତାରେ ଗାଈଗୋରୁଙ୍କ ଉପସ୍ଥିତି ସମ୍ପର୍କରେ ଗାଡ଼ି ଚାଳକଙ୍କୁ ସତର୍କ କରିବା ପାଇଁ ନୂଆ ଜ୍ଞାନକୌଶଳ ବିକାଶ କରାଯିବ। ସେହିପରି ଦୁର୍ଘଟଣାରେ ଆହତ ଗାଈଙ୍କ ପରିବହନ ପାଇଁ ଅଧିକ ଆମ୍ବୁଲାନ୍ସ ନିୟୋଜନ ଲାଗି ନିଷ୍ପତ୍ତି ହୋଇଛି। ପ୍ରକାଶଯୋଗ୍ୟ ଯେ ଗତ ୩ ବର୍ଷରେ ରାସ୍ତାରେ ଗାଈଗୋରୁଙ୍କ ବିଚରଣ ଯୋଗୁଁ ୩,୦୨୩ଟି ଦୁର୍ଘଟଣା ଘଟିଥିବାବେଳେ ୧,୬୦୧ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ୨୦୨୨ରେ ୯୫୨ ଦୁର୍ଘଟଣାରେ ୫୨୧ ଜଣଙ୍କ ମୃତ୍ୟୁ, ୨୦୨୩ରେ ୧, ୧୬୮ ଦୁର୍ଘଟଣାରେ ୬୪୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୪ରେ ୯୦୩ଟି ଦୁର୍ଘଟଣାରେ ୪୩୭ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୨୨ରୁ ୨୦୨୫ (ଅଗଷ୍ଟ) ମଧ୍ୟରେ ଯାନବାହନ ଧକ୍କା ଯୋଗୁଁ ୩୩୧ ପଶୁଙ୍କ ମୃତ୍ୟୁ ହୋଇଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories