www.samajalive.in
Friday, December 5, 2025
27.1 C
Bhubaneswar

ତୁରୁଡ଼ିହି ହଷ୍ଟେଲ ଛାତ୍ର ମୃତ୍ୟୁରୁ ଉତ୍ତେଜନା

ରାଇଘର : ହଷ୍ଟେଲ ପରିଚାଳନାରେ ବ୍ୟତିକ୍ରମ ତଥା ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରଧାନଶିକ୍ଷକଙ୍କ ଅବହେଳାକୁ ଦାୟୀ କରି ଲୋକେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ରହି ଓଡଣ୍ଡି ଗ୍ରାମର ବାଲସାଇ ଗଣ୍ଡଙ୍କ ପୁଅ ମଙ୍ଗଳ ସିଂ ଗଣ୍ଡ (୧୩) ପାଠ ପଢ଼ୁଥିଲେ। ପିଲାଟିର ଦେହ ଅସୁସ୍ଥ ରହୁଥିଲା। ଗତକାଲି ରାତିରେ ସେ ରକ୍ତ ଶିକୁଳି ରୋଗରେ ଗୁରୁତର ହୋଇପଡ଼ିଥିଲେ। ତାକୁ ଉମରକୋଟ ଡାକ୍ତରଖାନାକୁ ନିଆଯିବା ବେଳେ ବାଟରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ନନିଗୋପାଳ ବିଶ୍ୱାସଙ୍କ ପରିଚାଳନାରେ ତ୍ରୁଟି ଏବଂ ମୃତ ଛାତ୍ରଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆଜି ସକାଳୁ ଗ୍ରାମବାସୀ ବିଦ୍ୟାଳୟ ଘେରଉ କରିଥିଲେ। ଗତକାଲି ରାତିରେ ପିଲାଟିର ଦେହ ଖରାପ ହୋଇଥିଲା। ରୋଷେୟା ତାକୁ ଜଣେ କ୍ବାକଙ୍କ ପାଖକୁ ନେଇ ଯାଇଥିଲେ। ପରେ ସେଠାରୁ ଅସୁସ୍ଥ ଅବସ୍ଥାରେ ତାକୁ ନିଜ ଘର ଓଡଣ୍ଡିକୁ ନେଇ ସେଠାରୁ ତା ବାପାଙ୍କ ସହିତ ହାଟଭରାଣ୍ଡି ମେଡିକାଲକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଉମରକୋଟ ସ୍ଥାନାନ୍ତର କରିବା ବେଳେ ବାଟରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା।
ଏହାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ତଦନ୍ତ କରିବାକୁ ଆସିଥିବା ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାରଙ୍କୁ ଏକ କକ୍ଷରେ ଗ୍ରାମବାସୀ ତାଲା ପକାଇ ଦେଇଥିଲେ। ପିଲାଟିର ମୃତଦେହ ଉମରକୋଟ ଡାକ୍ତରଖାନାରେ ପଡ଼ି ରହିଛି। ଘଟଣାସ୍ଥଳରେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ତହସିଲଦାର ରିତୁ ସିଂ, କଂଗ୍ରେସ ନେତା ସୋନରାଜ ଗଣ୍ଡ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। କୁନ୍ଦେଇ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories