ରଣପୁରଗଡ: ଆଜିର ଆଧୁନିକ ଯୁଗରରେ ବି ଜଣେ ଯୁବକ ଗାଁ ପାଣି, ପବନ ଓ ପରିବେଶରେ ବଢି ବାପା ଓ ମାଙ୍କ ଟେକ ରଖିବା ସହ ଗାଁ ମାଟି ପାଇଁ ସୁନାମ ଆଣିଛନ୍ତି । ଫଳରେ ଗ୍ରାମବାସୀମାନେ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି । ଗତକାଲି ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁରର ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ହୣଷିକେଶ ପାତ୍ର ଓ ପ୍ରଶାନ୍ତି ପାତ୍ରଙ୍କ ପୁତ୍ର ସାଇରମଣ ପାତ୍ର ୩୭ ତମ ସ୍ଥାନ ଅଧିକାର କରି ବାପ ମାଙ୍କ ପାଇଁ ସୁନାମ ଆଣିଛନ୍ତି।
ସେହିଭଳି ଅନ୍ୟତମ ପ୍ରତିଭା ହେଉଛନ୍ତି ରଣପୁର ବ୍ଳକ ଲୋଧାଚୁଆ ଗ୍ରାମ ସମାଜସେବୀ ବାନାମ୍ବର ନାୟକ, ପ୍ରମିଳା ନାୟକଙ୍କ ସାନ ଝିଅ ସରିତା ନାୟକ ସେ ୧୩୫ ତମ ସ୍ଥାନ ପାଇ ବାପ ମାଙ୍କ ପାଇଁ ସୁନାମ ସହ ଗାଁ ମାଟିର ଟେକ ରଖିଛନ୍ତି।



