ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ଅସନବଣି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଜଣକ ପିପିଳିଆ ଗ୍ରାମର କୁନା ମୁଣ୍ଡା (୪୦) ବୋଲି ଜଣାପଡ଼ିଛି। ସେ ଅସନବଣି ଜଙ୍ଗଲକୁ ଯାଇଥିବା ସମୟରେ ଏକ ଦନ୍ତା ହାତୀ କୁନାକୁ ଶୁଣ୍ଢରେ ଠେଲି ଦେଇଥିଲା। ଯାହା ଫଳରେ ସେ ପଡ଼ିଯିବା ସହ ତାଙ୍କ ଦେହରେ କ୍ଷତ ସୃଷ୍ଟି ହୋଇଛି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
Popular Categories



