www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦିର ନିକଟରେ ବେଆଇନ ମଦ କାରଖାନା

ଅନୁଗୋଳ: ଅନୁଗୋଳ ସହର ଅନ୍ତର୍ଗତ ଶିକ୍ଷକପଡା ସାଇ ମନ୍ଦିର ନିକଟରୁ ବେଆଇନ୍ ମଦ କାରଖାନା ଠାବ ହୋଇଛି। ସେଠାରୁ ପୁଲିସ ବିପୁଳ ପରିମାଣର ଅପମିଶ୍ରିତ ମଦ ସହିତ ରସାୟନିକ ପଦାର୍ଥ, ଲେବୁଲ ଏବଂ ବହୁ ପରିମାଣର କେମିକାଲ ମିଶ୍ରିତ ମଦ ଜବତ କରିଛି। ଅନୁଗୋଳ ଟାଉନ୍ ପୁଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ସୂଚନା ଅନୁସାରେ, ଏଠାରେ ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳରୁ ଚାଲାଣ କରାଯାଉଥିଲା। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories